ବଡବେତ୍ରାର ଆରାଧ୍ୟ ମଦନ ମୋହନଙ୍କ ପୀଠରେ ଆନନ୍ଦ ବଜାର ଉଦଘାଟିତ

ପାଟକୁରା ୩୧/୧୦/୨୦୨୫ (ଓଡିଶା ସମାଚାର )-ଆଜି ଗରଦପୁର ବ୍ଳକ ଅଧୀନ ବଡବେତ୍ରାର ଆରାଧ୍ୟ ଦେବତା ଠାକୁର ମଦନ ମୋହନଙ୍କ ପୀଠରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଦ୍ୱାରା ଏକ ଆନନ୍ଦ ବଜାରର ଉଦଘାଟିତ ହୋଇଛି । ଫଳରେ ଶ୍ରଦ୍ଧାଳୁ ମାନେ ଏଠାରେ ବସି ଠାକୁରଙ୍କ ପ୍ରସାଦ ସେବନ କରିପାରିବେ ।

ଆନନ୍ଦ ବଜାର ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସାତ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଆଜିର ଏହି ଉଦଘାଟନ ଉତ୍ସବରେ ବିଧାୟକଙ୍କ ସହିତ ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାସୁଦେବ ବେହେରା, ବିଜେଡିନେତା କ୍ଷିତୀଶ ଚନ୍ଦ୍ର ଦାଶ, ସମିତି ସଭ୍ୟ ବ୍ରଜକିଶୋର ସାହୁ, ମନୋଜ ମଲ୍ଲିକ, ସରପଞ୍ଚ ସଂଯୁକ୍ତା ମହାପାତ୍ର, ରାଜେନ୍ଦ୍ର ମଲ୍ଲିକ, ଦିଲ୍ଲୀପ ମହାପାତ୍ର ଙ୍କ ସମେତ ଗ୍ରାମର ମୁରବୀ ଓ ଯୁବକ ମାନେ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *