ଭୁବନେଶ୍ୱର,୧୩/୦୬/୨୦୨୬(ଓଡ଼ିଶା ସମାଚାର)- ମୋହନ ସରକାରଙ୍କ ଦୁଇବର୍ଷ ପୂର୍ତିି ଅବସରରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ତମ ଏହି କ୍ୟାବିନେଟ ବୈଠକରେ ୬ଟି ବିଭାଗର ୮ଟି ପ୍ରସ୍ତାବ ଉପରେ ମୋହର ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଦେଇଥିବା ସୂଚନା ମୁତାବକ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ୩୦୧ ପ୍ରସ୍ତାବ ପାରିତ କରିଛନ୍ତି ।
ଶୁକ୍ରବାର ଅନୁଷ୍ଠିତ ବୈଠକରେ ହସ୍ତତନ୍ତ୍ର ଓ ହସ୍ତକଳାର ଉନ୍ନତି ପାଇଁ ୩୬୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ହସ୍ତତନ୍ତ ଓ ହସ୍ତକଳା ବିଭାଗର ୧୦ଟି କଳ ବନ୍ଦ ରହିଥିଲା । ସେଗୁଡ଼ିକର ପୁନଃ ଆରମ୍ଭ ଏହି ଅର୍ଥରେ କରାଯିବ । ଭିବି ଜି ରାମଜିରେ ମିଳିବ ୧୨୫ ଦିନର କାମ ଶ୍ରମିକଙ୍କୁ ମିଳିବ । ସହରୀ ଯୋଜନା ସ୍କିମ୍ ବିଡ଼ିଏ ପକ୍ଷରୁ ଭୂତଳ ସ୍ୱେରେଜ ପାଇଁ ୧୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଉଠାଦୋକାନୀଙ୍କୁ ଦିଆଯାଇଥିବା ଋଣରେ ଷ୍ଟାମ୍ପ ଡ୍ୟୁଟି ଏଣିକି ଦେବାକୁ ପଡିବ ନାହିଁ । ରାଜ୍ୟର ୬୪ଟି ସ୍ଥାନରେ ଇଂରାଜୀ ବନାନ ସଂଶୋଧନ କରାଯାଇଛି । ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଗୃହୀତ ପ୍ରସ୍ତାବ ଦ୍ୱାରା ବିକଶିତ ଓଡ଼ିଶା ପାଇଁ ପଥ ଅଧିକ ସୁଗମ ହୋଇଛି ।
୪୨ତମ କ୍ୟାବିନେଟ ବୈଠକ – ୮ ପ୍ରସ୍ତାବ ଉପରେ ମୋହର
