ରଘୁନାଥପୁର,୨୦/୦୪/୨୦୨୬(ଓଡ଼ିଶା ସମାଚାର)- ମହାନଦୀ ଚିତ୍ରୋତ୍ପଳା ଦୀପାଂଚଳରେ ଅବସ୍ଥିତ ମହମ୍ମଦପୁର ପଂଚାୟତ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ପବିତ୍ର ଚିତ୍ରୋତ୍ପଳା ନଦୀ ତଟରେ ସାତଭଉଣୀ ଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଉଅଛି ।
ଆଜି ପବିତ୍ର ଅକ୍ଷୟ ତୃତିୟା ଦିବସରେ ଏହି ନବ ନିର୍ମିତ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ରୀତିନୀତି ଅନୁଯାଇ ପୂଜା ପାଠ କରାଯିବା ପରେ ଶ୍ରଦ୍ଧାଳୁ ଲୋକମାନଙ୍କ ପକ୍ଷରୁ ଦାନ କରାଯାଇଥିବା ବିଭିନ୍ନ ରତ୍ନକୁ ମନ୍ଦିରର ଦଧିନେଉତିରେ ପୂର୍ଣ୍ଣକରାଯାଇ ମୁଦ କରାଯାଇଥିଲା । ଶ୍ରଦ୍ଧାଳୁ ଗ୍ରାମବାସୀମାନେ ଉପସ୍ଥିତ ରହି ମା ସାତ ଭଉଣୀଙ୍କ ନବ ନିର୍ମିତ ମନ୍ଦିର ର ରତ୍ନମୁଦ ଉତ୍ସବରେ ସାମିଲ ହୋଇଥିଲେ ।
