ଓଡ଼ିଶା ଛୁଇଁଲା ମୌସୁମୀ , ଉତର ଭାଗକୁ ଅଗ୍ରସର

ଭୁବନେଶ୍ୱର,୧୩/୦୬/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶା ମାଟିରେ ପ୍ରବେଶ କରିଛି ମୌସୁମୀ । ପହିଲି ରଜର ଦିନକ ପୂର୍ବରୁ ଶୁକ୍ରବାର ଦିନ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ପରେ ତାପମାତ୍ରା ଓ ଗୁଳୁଗୁଳି ସାମାନ୍ୟ ହ୍ରାସ ପାଇଛି । ରାଜ୍ୟର ଉତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି । ସୂଚନାଯୋଗ୍ୟ, ସ୍ୱାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାକୁ କିନ୍ତୁ ସ୍ୱାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଇ ଥିଲା ।

ଅର୍ଥାତ୍ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ଏହା ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ କୁହାଯାଇଥିଲା । ସାଧାରଣତଃ ଜୁନ ୧ରେ କେରଳମ୍ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁଥାଏ । କେରଳମ୍ କୁ ଏହା ଛୁଇଁବାର ୮ ଦିନପରେ ଓଡ଼ିଶା ଛୁଇଁଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ କିଛି ଉପକୂଳବର୍ତୀ ଜିଲାରେ ମୌସୁମୀ ପ୍ରବେଶ କରିଛି ।

Leave a Reply

Your email address will not be published. Required fields are marked *