କଟକ ସଦର,୨୦/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମଣିଜଙ୍ଗ ଠାରେ ଆଜି ବୁଧବାର ଦିନ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ୨୪୦ ଜଣ ହିତାଧିକାରୀ ସେମାନଙ୍କ ସମସ୍ୟା ସମ୍ପର୍କରେ ପଞ୍ଜିକରଣ କରିଥିବା ବେଳେ ସେଗୁଡିକ ର ତ୍ୱରିତ ସମାଧାନ ପାଇଁ ବିଧାୟକ ଇଂ ସେଠୀ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, ନିଶ୍ଚିନ୍ତକୋଇଲି ତହସିଲଦାର ଦମୟନ୍ତୀ ସାହୁ, କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ।
