ବିଏମ୍ ହାଇସ୍କୁଲରେ ଶୁଭଶ୍ରୀ ଲେଙ୍କା ପ୍ରଥମ, ଛାତ୍ରଛାତ୍ରୀଙ୍କୁ ସମର୍ଦ୍ଧନା

ଭୁବନେଶ୍ୱର, ୨୬/୦୫/୨୦୨୪ (ଓଡ଼ିଶା ସମାଚାର)- ବିଏମ୍ ହାଇସ୍କୁଲରେ ସମୁଦାୟ ୧୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୯୮ଜଣ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ଏ-୨ରେ ୧୩ଜଣ, ବି-୧ରେ ୩୧ଜଣ, ବି-୨ରେ ୨୯ଜଣ, ସିରେ ୫୧ଜଣ, ଇରେ ୩୨ଜଣ ରହିଛନ୍ତି। ଶୁଭଶ୍ରୀ ଲେଙ୍କା ୫୫୧ନମ୍ବରରେ ଶତକଡ଼ା ୯୨ନମ୍ବର ରଖିଥିବା ବେଳେ ଶୁଭଶ୍ରୀ ବେହେରା ୫୫୦ନମ୍ବରରେ ଶତକଡ଼ା ୯୦ଭାଗ ନମ୍ବର ରଖି ଉଭୟ ଗୌରବ ଆଣିଛନ୍ତି। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅତିଥି ଭାବେ ପୁରାତନ ଛାତ୍ର ଡ଼ ଲିଙ୍ଗରାଜ ସାହୁ ଓ ବିଦ୍ୟାଳୟ ପରିଚାଳଣା କମିଟି ସଭାପତି ଲକ୍ଷ୍ମଣ ବାରିକ୍ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ ପ୍ରଭାତ କୁମାର ରଥ, ଜାନକୀ ବଲ୍ଲଭ ମିଶ୍ର, , ବିଶ୍ବଜିତା ମିଶ୍ର, ଅନ୍ନପୂଣ୍ଣା ଦାଶ, ମିତ୍ର ରଞ୍ଜନ ଦାଶ, ରଶ୍ମିତା ସାହୁ, ଦମୟନ୍ତି ବେହେରା, ଇତିଶ୍ରୀ ଆରଧନା, ମଧୁଲିତା ବେହେରା, ଧରିତ୍ରୀ ଦାଶ, ରଶ୍ମିତା ମହାନ୍ତି, ଅପରାଜିତା ସାହୁ, ମିନାକ୍ଷି ପଟ୍ଟନାୟକ, ଆକାଙ୍କା ତିପାଠୀ, ମନୋରମା ମୁଦୁଲି ପ୍ରଭୂତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *