ମଣ୍ଡେଇ ପର୍ବରେ ଯୋଗଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର, ୨୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ। ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆମନ୍ତ୍ରଣ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ  ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,  ଝରିଗାଁ ବିଧାୟକ ନରସିଂହ ଭତ୍ରା ଏବଂ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ।

ମଣ୍ଡେଇ ପର୍ବ ନବରଙ୍ଗପୁର ଜିଲ୍ଲାର ସମୃଦ୍ଧ ଲୋକ ସଂସ୍କୃତି ଓ ଅନ୍ୟାନ୍ୟ ବିଭବ ଗୁଡ଼ିକୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ଲୋକଲୋଚନକୁ  ଆଣିବାର ଏକ ପ୍ରୟାସ।

-0-

ରୋଜାଲିନ୍ ସାହୁ ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *