‘ରଜ’ ପାଇଁ ସୋମବାର ଦିନ ନନ୍ଦନକାନନ ଖୋଲା ରହିବ

ଭୁବନେଶ୍ୱର,୧୧/୦୬/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’ । ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ଚଳିତ ବର୍ଷ ‘ରଜ’ ପର୍ବର ୨ୟ ଦିନ ସୋମବାର ପଡୁଛି । ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ । ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ ସୋମବାର ପଡୁଥିବାରୁ ଏହି ଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *