ଭୁବନେଶ୍ୱର,୧୧/୦୬/୨୦୨୬ (ଓଡ଼ିଶା ସମାଚାର)- ନିର୍ଦ୍ବନ୍ଦ୍ବରେ ପୁଣି ରାଜ୍ୟ ସଭାକୁ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ନିକଟରେ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଦେବାଶିଷଙ୍କୁ ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଥିଲା । ତେବେ ଦେବାଶିଷଙ୍କ ବିପକ୍ଷରେ ବିଜେଡି କିମ୍ବା କଂଗ୍ରେସ କେହି ପ୍ରାର୍ଥୀ ଦେଇନଥିଲେ । ଫଳରେ ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ପୁଣି ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି ।
