ଜନାର୍ଦ୍ଦନପୁର ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବପାଇଁ ବ୍ୟାପକ ପ୍ରସ୍ତୁତି

ନିଶ୍ଚିନ୍ତକୋଇଲି, ୧୯/୦୧/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ସତସଙ୍ଗ କେନ୍ଦ୍ର ର ୪୬ ତମ ବାର୍ଷିକ ଉତ୍ସବ ନିମନ୍ତେ ବ୍ୟାପକ ଆୟୋଜନ କରାଯାଉଥିବା ସତସଙ୍ଗ କେନ୍ଦ୍ରର କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଚଳିତ ଜାନୁଆରୀ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପରମ  ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନକୁଳ ଚନ୍ଦ୍ର ଙ୍କର ୧୩୮ ତମ ଜନ୍ମ ମହାମହୋତ୍ସବ ତଥା ସତସଙ୍ଗ କେନ୍ଦ୍ର ର ୪୬ ତମ ବାର୍ଷିକ ଉତ୍ସବ । ଏହି ଅବସରରେ ଉକ୍ତ ଦିନ ପ୍ରତ୍ୟୁଷ ରେ ମାଙ୍ଗଳିକ, ଉଷାକୀର୍ତ୍ତନ, ପ୍ରାତଃ କାଳୀନ ଵିନତୀ, ଅମୀୟ ଗ୍ରନ୍ଥାଦି ପାଠ, ପରବର୍ତୀ ସମୟ ଆଧାର ରେ ସକାଳ ୮ ଟାରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ମେଧା ଅନ୍ୱେଷଣ ପ୍ରତିଯୋଗିତା, ପରେ ପରେ ସତସଙ୍ଗଓ ତତ୍ପରେ ପ୍ରସାଦ ସେବନ ଅନୁଷ୍ଠିତ ହେବ । ଅପରାହ୍ନ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହେବ । ସନ୍ଧ୍ୟା ରେ ସନ୍ଧ୍ୟା ବିନତି, ଠାକୁର ଙ୍କର ଗ୍ରନ୍ଥାଦି ପାଠ ଓ ପ୍ରଣାମ ନିବେଦନ କରାଯିବ । ଏଣୁ ଠାକୁରଙ୍କ ଆଶ୍ରିତ ଭକ୍ତ ମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରା ଯାଇଛି ।

Leave a Reply

Your email address will not be published. Required fields are marked *