ମହିଳା ବେଶରେ ଆସି ନିଜ ପତ୍ନୀ ଉପରେ ଏସିଡ ମାଡ଼କଲା ସ୍ୱାମୀ

ନିଶ୍ଚିନ୍ତକୋଇଲି ,୧୧/୦୬/୨୦୨୬  (ଓଡିଶା ସମାଚାର /ଅଭୟ ଜେନା )- ପାରିବାରିକ କଳହ କୁ କେନ୍ଦ୍ର କରି ଦୀର୍ଘଦିନ ପତ୍ନୀଠାରୁ ଅଲଗା ରହୁଥିବା ସ୍ୱାମୀ ମହିଳା ବେଶରେ ଆସି ନିଜ ପତ୍ନୀ ଉପରକୁ ଏସିଡ ଫିଙ୍ଗିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଏସିଡ ଫିଙ୍ଗିବା ପରେ ପତ୍ନୀ ଙ୍କ ଠାରୁ ସ୍କୁଟି ଓ ମୋବାଇଲ ଛଡାଇନେଇ ପଳାଇବା ସମୟରେ ସ୍ୱାମୀ ଭାରସାମ୍ୟ ହରାଇ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ସ୍ଥାନୀୟ ଲୋକେ ତାକୁ କାବୁକରି ନିଶ୍ଚିନ୍ତକୋଇଲି ପୋଲିସ ଜିମା ଦେଇଥିଲେ ଓ ସେ ଜଣେ ମହିଳା ବେଶଧାରୀ ପୁରୁଷ ବୋଲି ଜଣା ପଡିଥିଲା ।

ସୂଚନା ଅନୁଯାୟୀ,ପାରିବାରିକ କାରଣରୁ ମହିଳା ନିର୍ମଳା ଲେଙ୍କା ବାପଘର ଜିଗ୍ନିପୁର ପଞ୍ଚାୟତ ଛୁଆଳିଆ ଗ୍ରାମରେ ରହୁଥିଲେ ଓ ସୁଭଦ୍ରା ଯୋଜନାରେ ନିୟୋଜିତ ଥିଲେ । ବୁଧବାର ସେ ବ୍ଲକ କାର୍ଯ୍ୟାଳୟ କୁ ଆସିବା ସମୟରେ ବାଟରେ ଛକି ରହିଥିବା ମହିଳା ବେଶ ଧାରୀ ସ୍ୱାମୀ ରାକେଶ ରାଉତ ପତ୍ନୀ ଉପରେ ଏସିଡ ଫିଙ୍ଗି ସ୍କୁଟି ଓ ମୋବାଇଲ ନେଇ ପଳାଇ ଥିଲେ । ଅନ୍ୟ ପକ୍ଷରେ ପତ୍ନୀ ନିର୍ମଳା ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଏହି ଘଟଣା ରେ ପୋଲିସ ସ୍ୱାମୀ କୁ ଅଟକ ରଖି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *