ଗ୍ରାମେଶ୍ୱରଙ୍କ ପୀଠରେ ଆଧ୍ୟାତ୍ମିକ ଭଜନ ପ୍ରତିଯୋଗିତା ଅନୁଷ୍ଠିତ 

କଟକ ୧୭/୦୨/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା) – କଟକ ସଦର ଥାନା ଅନ୍ତର୍ଗତ ବିଶ୍ୱାଳପଡା ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗ୍ରାମେଶ୍ୱରଙ୍କ ପୀଠରେ ସମାଜରେ ଆଧ୍ୟାତ୍ମିକ ଭାବ ଜାଗରିତ କରିବା ଉଦ୍ଦେଶ୍ୟରେ ଏକ ଆଧ୍ୟାତ୍ମିକ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଆଧ୍ୟାତ୍ମିକ ଭଜନ ପ୍ରତିଯୋଗିତାରେ ମା’ଵ୍ରାହ୍ମଣୀ  ଦେବୀ ମାତୃ ମଣ୍ଡଳୀ ନୟାଗଡ଼ର ଗାୟିକା ମାନିନୀ ସାହୁ ଏବଂ ରାଧାକୃଷ୍ଣ ନାମ ସଙ୍କୀର୍ତ୍ତନ ମାତୃ ମଣ୍ଡଳୀ ନରସିଂହପୁରର ଗାୟିକା ରଶ୍ମିତା ଦାଶ ଆଧ୍ୟାତ୍ମିକ ଭଜନ ପରିବେଷଣ କରିଥିଲେ। ଉକ୍ତ ଭଜନ ପ୍ରତିଯୋଗିତାକୁ ଦେଖିବା ପାଇଁ ବିଶ୍ୱାଳପଡା, ସଵଳପୁର ସମେତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଶ୍ୱାଳପଡା ଗ୍ରାମବାସୀମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *