ଗରଦପୁର,୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗରଦପୁର ବ୍ଲକ୍ ଅଧିନ କୋଶିଦା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଉମାକାନ୍ତ ମହାପାତ୍ରଙ୍କର ୯୪ ବର୍ଷ ବୟସରେ ଆଜି ପରଲୋକ ଘଟିଛି । ଓଡ଼ିଶା ସରକାରଙ୍କର ବହୁ ଉଚ୍ଚ ପଦ ପଦବିରେ ଅବସ୍ଥାପିତ ହୋଇ ସେ ଦକ୍ଷତାର ସହ କାର୍ୟ୍ୟ କରି ସୁନାମ ଅର୍ଜନ କରିଛନ୍ତି ।
ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଓ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡଭାଇ ବରିଷ୍ଠ ପ୍ରଶାସକ ଜ୍ଞାନପୀଠ ବିଜେତା ସୀତାକାନ୍ତ ମହାପାତ୍ର, ତାଙ୍କ ସାନପୁଅ ଆସକ୍ଷମ ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ୍ୟସରଂକ୍ଷକ ସୁମନ ମହାପାତ୍ର,ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ ପୁଅ ପୂର୍ବତନ ଏଲଆଇସି ଅଧିକାରୀ ରଞ୍ଜନ ମହାପାତ୍ର ମୁଖାଗ୍ନି ଦେଇଥିଲେ ।
ଗାଁ ପାଇଁ ଥିଲେ ଜଣେ ଦରଦୀ ବନ୍ଧୁ । ତାଙ୍କ ବିୟୋଗରେ ପାଟକୁରା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ, ସାଂସଦ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଶୋକ ବ୍ୟକ୍ତ କରିବା ସହିତ ଶୋକସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
