ଭଦ୍ରକ,୧୧/୦୬/୨୦୨୬ (ଓଡ଼ିଶା ସମାଚାର)- ଭଦ୍ରକ୍ ଗ୍ରାମାଂଚଳ ଥାନା ନୂଆସାହି ରେ ପୁଲିସ ର ଏନକାଉଣ୍ଟର । ସୋର ଅଂଚଳର ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ ମଲିକ୍ ଓରଫ ପପୁକୁ ପୁଲିସ ଏନକାଉଣ୍ଟର କରିଛି । ଭଦ୍ରକ ଲ କଲେଜ ନିକଟସ୍ତ ନୂଆସାହି ନିକଟରେ ବୁଧବାର ରାତି ପ୍ରାୟ ସାଡେ ତିନିଟା ସମୟରେ ଏନକାଉଣ୍ଟର ହୋଇଛି । ଜଙ୍ଗଲରେ ସହଯୋଗିଙ୍କ ସହ ଲୁଟ୍ ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପରକୁ ପପୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲା । ପୁଲିସ ଏହାର ଜବାବରେ ଗୁଳି ଚଳାଇବାରୁ ପପୁ ର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା । ସେ ଆହତ ହୋଇ ଯାଇନପାରିବାରୁ ପୁଲିସ ତାକୁ କାବୁ କରିଥିଲା । ଘଟଣା ସ୍ଥଳରୁ ପୋଲିସ ପିସ୍ତଲ ଓ ଗୁଳି ଗୋଳା ଜବତ କରିଛି । ଏନକାଉଣ୍ଟର ଓ ଧସ୍ତାଧସ୍ତିରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ପପୁର ଅନ୍ୟ ଜଣେ ସହଯୋଗି ଖସିଯିବାରେ ସଫଳ ହୋଇଛନ୍ତି । ପପୁ ନାମରେ ଭଦ୍ରକ୍ ଓ ବାଲେଶ୍ୱର ଦୁଇଟି ଜିଲାର ବିଭିନ୍ନ ଥାନାରେ ୨୫ ରୁ ଅଧିକ ଅପରାଧୀକ ମାମଲାରହିଛି । ଆହତ ପପୁ କୁ ଭଦ୍ରକ୍ ଜିଲା ମୁଖ୍ୟ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି ।
