କାଳବୈଶାଖୀ: ବାଉଁଶବୁଦା ପଡ଼ି ଶାଶୁ-ବୋହୂ ମୃତ

ଭଞ୍ଜନଗର, ୦୭/୦୫/୨୦୨୬ (ଓଡ଼ିଶା ସମାଚାର)- କାଳବୈଶାଖୀ ବର୍ଷା ପବନରେ ଗଲା ୨ ଜୀବନ । ବର୍ଷା ପବନ ଯୋଗୁଁ ବାଉଁଶକୁମ୍ଭ ତଳେ ଚାପି ହୋଇଥିଲେ ଦୁଇ ମହିଳା ତଥା ଶାଶୁ ଓ ବୋହୁ । ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲିପଲ୍ଲୀ ଗାଁ ନିକଟର ଏଭଳି ଘଟଣା ଘଟିଥିବା ଖବର ମିଳିଛି । ବର୍ଷା ଯୋଗୁଁ ଉଭୟ ସେଠାରେ ଆଶ୍ରୟ ନେଇଥିଲେ । ହଠାତ୍ ବାଉଁଶକୁମ୍ଭଟି ଉପୁଡ଼ି ଯିବାରୁ ଦୁଇ ମହିଳାଙ୍କ ଉପରେ ପଡ଼ିଯାଇଥିଲା । ମୃତ ଦୁଇ ମହିଳା ଶାଶୁ ଶୈଳ ବିଷୋୟୀ ଏବଂ ବୋହୁ ସନ୍ତୋଷିନୀ ବିଷୋୟୀ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କରି ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *