ମହାନଦୀରେ ବୁଡି ଯାଇ ୨ ଜଣ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର

କଟକ,୦୪/୧୦/୨୦୨୪ (ଓଡ଼ିଶା ସମାଚାର)- ମହାନଦୀରେ ବୁଡି ଯାଇ ୨ ଜଣ ଛାତ୍ର ନିଖୋଜ ହେବା ପରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଜାରି ରହିଛି। ଜଗତପୁର ବାଲିସାହି ନିକଟରେ ଆଜି ମହାନଦୀରେ ଗାଧୋଇବା ବେଳେ ଦୁଇ ଜଣ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ବୁଡି ଯାଇଥିଲେ। ଉଭୟ ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଖବର ପାଇ ପୁଲିସ , ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ର ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆର୍ଯ୍ୟନ ନାୟକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମନୋରଂଜନ ନାୟକ ଏବେ ବି ନିଖୋଜ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *