ଦୁଇଜଣ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ , କାର ଚଢାଇ ମାରିଦେବାକୁ ଉଦ୍ୟମ

ସାଲେପୁର,୧୦/୦୬/୨୦୨୬(ଓଡିଶା ସମାଚାର /ଅଭୟ ଜେନା)- ମଙ୍ଗଳବାର ଅପରାହ୍ନରେ କଳିଙ୍ଗ ଟିଭି ର ସାମ୍ବାଦିକ ଲକ୍ଷ୍ମଣ ଦାସ ଓ ନ୍ୟୁଜ ସେଭେନ ର କ୍ୟାମେରା ମ୍ୟାନ ସଞ୍ଜୟ ବେହେରା ଖବର ସଂଗ୍ରହ କରିବାକୁ ଯାଉଥିବା ସମୟରେ ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଗଡ଼ିଜଙ୍ଗ ଠାରେ ୫ ରୁ ୬ ଜଣ ଅସାମାଜିକ ଯୁବକ ତାଙ୍କୁ ଏକ କାର୍ ଯୋଗେ ପିଛା କରି ସେମାନଙ୍କ ବାଇକ ଆଗରେ କାରକୁ ରଖିଦେଇଥିଲ ।

ସାମ୍ବାଦିକ ଦ୍ବୟ ଗାଡ଼ିରୁ ଓହ୍ଲାଇଵା ମାତ୍ରେ ଦୁର୍ବୃତ ମାନେ ଲୁହାରଡ଼ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ଆକ୍ରମଣକାରି ମାନେ କାରନେଇ ଫେରାର ହୋଇଯାଇଥିଲେ । ଖବର ପାଇ ନରେନ୍ଦ୍ରପୁର ଫାଣ୍ଡି ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।

ପରେ ଗୁରୁତର ସାମ୍ବାଦିକ ଲକ୍ଷ୍ମଣ ଦାସ ଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି । ଆଜି ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ନିମନ୍ତେ ସାଲେପୁର ଏସ ଡି ପିଓ ଙ୍କନିକଟରେ ଦାବିପତ୍ର ପ୍ରଦାନ କରି ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବିକରିଛନ୍ତି ।

 

Leave a Reply

Your email address will not be published. Required fields are marked *