ଯାଜପୁର, ୩୦/୦୧/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲା କାର୍ଯ୍ୟାଳୟ ଷ୍ଟାପଂ କମିଟି ପକ୍ଷରୁ ଅନ୍ୟତ୍ର ବଦଳି ହୋଇଥିବା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର, ଭା.ପ୍ର.ସେ. ଙ୍କୁ ଆଜି ଅପରାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବିଦାୟୀକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିନର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଶ୍ରୀ ଗୋପୀନାଥ କୁଅଁର, ଜିଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ କୁଳମଣି ନାୟକ, ଡେପୁଟୀ କଲେକ୍ଟର, ସଂସ୍ଥା ଶ୍ରୀମତୀ ସୋନମ ଦାସ, ଡେପୁଟୀ କଲେକ୍ଟର, ସାଧାରଣ ଓ ବିବିଧ ଶ୍ରୀମତୀ ସାଶ୍ୱତୀ ସୁଡୁଆଲ, ଭୂ ଅର୍ଜନ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ନାୟକ, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ କ୍ଷୀରୋଦ କୁମାର ଦାସ, ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକ, ଜାତାୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ଶତପଥୀ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଜ୍ଞାନ ରଂଜନ ସେଠୀ, ଜିଲା କାର୍ଯ୍ୟାଳୟ ଷ୍ଟାଫ କମିଟି ସଭାପତି ଶ୍ରୀ ନିଗମାନନ୍ଦ ମାନ୍ଧାତା, ସଂପାଦକ ଶ୍ରୀ ମଦନ ମୋହନ ପତିଙ୍କ ସମେତ ଜିଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ବିଦାୟୀ ଜିଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିବା ସହ ଉତରୋତର ଉନ୍ନତି ଓ ଉଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲାପାଳ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର, ଭା.ପ୍ର.ସେ. ଙ୍କୁ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଭାବେ ଶ୍ରୀ ଶୁଭଙ୍କର ମହାପାତ୍ର, ଭା.ପ୍ର.ସେ., ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲାପାଳ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି ଲିଃ. ଓ ସଚିବ, ରାଉରକେଲା ଉନ୍ନୟନ କର୍ତୃପକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି ।