କେନ୍ଦ୍ରାପଡା ଜିଲା ପୂର୍ବତନ ସୈନିକ ସଂଘ ଦ୍ୱାରା କାରଗିଲ ବିଜୟ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୬/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ପୂର୍ବତନ ସୈନିକ ସଂଘ ଦ୍ୱାରା ତିନିମୁହାଣ ଛକସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ପରିସରରେ ୨୬ତମ କାରଗିଲ ବିଜୟ ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ଅଧ୍ୟକ୍ଷତାରେ ଅମର ଯବାନ ସହିଦସ୍ତମ୍ବ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ଉପସଭାପତି କୈଳାସ ଚନ୍ଦ୍ର ରାଉତ ଏବଂ କ୍ୟାପଟେନ ବାନାମ୍ବର ସ୍ୱାଇଁ ମିଳିତ ଭାବେ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପର (ରିତ୍) ଅର୍ପଣ କରି କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ସଂଘର ସହସମ୍ପାଦକ ସର୍ଜେଅକ୍ଷୟ କୁମାର ସାହୁ, ବରିଷ୍ଠ ସଦସ୍ୟ ଆଡଭୋକେଟ ମହେଶ୍ୱର କର, କ୍ୟାପଟେନ ଅଭୟ କୁମାର ଲେଙ୍କା, ସୁବେଦାର ବିଚିତ୍ର କୁମାର ନାୟକ, ହାବିଲଦାର ସୁଶାନ୍ତ କୁମାର ସ୍ୱାଇଁ, ହାବିଲଦାର ଅମୂଲ୍ୟ କୁମାର ବାରିକ, ସୁବେଦାର ଗୌରାଙ୍ଗ ଚରଣ ସ୍ୱାଇଁ, ଜଗନ୍ନାଥ ନାୟକ, ନରୋତମ ମହାପାତ୍ର, ବିଶ୍ୱରଞ୍ଜନ ପଟ୍ଟନାୟକ, ଅମର କୁମାର ନାୟକ, ଲେଫ୍ଟନାନ୍ଟ ବ୍ରଜ କିଶୋର ସାହୁ, ଏମ. ସି. ଜେନା, ପ୍ରଫୁଲ୍ଲ କୁମାର ଉପାଧ୍ୟାୟ, ହୃଷିକେଶ ସୁତାର ପ୍ରମୁଖ ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସାଲୁ୍ୟଟ ପ୍ରଦାନ କରିଥିଲେ । ଏହାପରେ ସହିଦମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରାର୍ଥନା ପରେ କାରଗିଲ ଯୁଦ୍ଧରେ ଭାଗ ନେଇ ଥିବା ସଦସ୍ୟ ମାନେ କାରଗିଲ ଯୁଦ୍ଧରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ ।

କାରଗିଲ ଯୁଦ୍ଧରରେ ଭାଗ ନେଇଥିବା କ୍ୟାପଟେନ ବାନାମ୍ବର ସ୍ୱାଇଁ ଏବଂ ଲେଫ୍ଟନାନ୍ଟ ବ୍ରଜ କିଶୋର ସାହୁଙ୍କୁ ପୂର୍ବତନ ସୈନିକ ସଂଘ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଂଗଠନ ପାଇଁ ଉକôୃଷ୍ଟ କାର୍ଯ୍ୟ କରିଥିବାରୁ ଭେଟେରାନ ବିଶ୍ୱରଞ୍ଜନ ପଟ୍ଟନାୟକ (ଏସବିଆଇରେ କାର୍ଯ୍ୟରତ) ଙ୍କୁ ସାଧାରଣ ସମ୍ପାଦକ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ କାରଗିଲ ବୀର ଯବାନ ଅମର ରହେ, ବନ୍ଦେ ମାତରମ୍, ଭାରତ ମାତାର ଜୟ ଧ୍ୱନୀରେ ସହୀଦସ୍ତମ୍ବ ସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା ।

Leave a Reply

Your email address will not be published. Required fields are marked *