ପଂଚାୟତର ବିକାଶ ପାଇଁ ଟିକସ ଦେବେ ପଂଚାୟତବାସୀ !

ଭୁବନେଶ୍ୱର,୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ପଂଚାୟତର ବିକାଶ ପାଇଁ ଷୋଡ଼ଷ ଅର୍ଥ କମିଶନଙ୍କ ସୁପାରିଶ  । ଫଳରେ ବଦଳିବ ଗ୍ରାମୀଣ ଓଡ଼ିଶାର ଚିତ୍ର । ନିଜ ଅଂଚଳର ବିକାଶ ପାଣ୍ଠି ନିଜେ ଆଦାୟ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି ଅର୍ଥ କମିଶନ  । ପୌରାଂଚଳ ଓ ମହାନିଗର ନିଗମ ଢାଂଚା ଅନୁସାରେ ପଂଚାୟତରେ ବି  ଘର ଓ ସମ୍ପତି ଟିକସ ଆଦାୟ କରିବାକୁ ଦିଆଯାଇଛି ପରାମର୍ଶ  ।

ଏନେଇ ଷୋଡ଼ଷ ଅର୍ଥ କମିଶନଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଥିବା ଏକ ସୂତ୍ରରୁ ପ୍ରକାଶ ।ପଂଚାୟତରେ ରହୁଥିବା ଲୋକଙ୍କୁ ଏବେ ଗଣିବାକୁ ପଡ଼ିବ ଟିକସ  । ପୌରାଂଚଳ ଓ ମହାନିଗର ନିଗମ ଢାଂଚା ଅନୁସାରେ ଗ୍ରାମାଂଚଳରେ ବି ଘର ଓ ସମ୍ପତି ଟିକସ ଆଦାୟ କରିବାକୁ ପରାମର୍ଶ ଦେଇଛନ୍ତି ଷୋଡ଼ଶ ଅର୍ଥ କମିଶନ୍ (ସିଏଫସି)  । ବର୍ଷକୁ ପ୍ରାୟ ୧୨ଶହ ଟଙ୍କାର ଟିକସ ଦେବେ ପଞ୍ଚାୟତବାସୀ  ।

ସିଏଫସିର ଗାଇଡଲାଇନ୍ ଅନୁସାରେ, ଗ୍ରାମପଂଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବାକୁ ପଂଚାୟତିରାଜ ବିଭାଗର ନିର୍ଦେଶ ଦେଇଛି  । ୨୦୨୮- ୨୯ରୁ ପ୍ରତି ପଂଚାୟତକୁ ଏକ ପରଫରମାନ୍ସ ଗ୍ରାଂଟ ବା ଅନୁଦାନ ମିଳିବ  । ପ୍ରତି ପଂଚାୟତ, ପଂଚାୟତ ସମିତି ଓ ଜିଲା ପରିଷଦକୁ କେନ୍ଦ୍ର ସରକାର ଯେତିକି ପାଣ୍ଠି ଦେବେ, ତାର ଅତିରିକ୍ତ ୧୦ପ୍ରତିଶତ ପ୍ରଦର୍ଶନ ପାଣ୍ଠି ବାବଦରେ ମିଳିବ  ।

Leave a Reply

Your email address will not be published. Required fields are marked *