ମାହାଙ୍ଗା ଯୁବ ଛାତ୍ର ସଂଗ୍ରାମ ପରିଷଦ ପକ୍ଷରୁ ଗଣକବି ଜୟନ୍ତୀ

ମାହାଙ୍ଗା,୨୭/୧୦/୨୦୨୬( ଓଡିଶା ସମାଚାର / ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳରେ କୁମାର ପୂର୍ଣ୍ଣିମା ଠାରୁ ପାଳିତ ହେଉଛି ବୈଷ୍ଣବ ପାଣି ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ମାହାଙ୍ଗା ଯୁବ ଛାତ୍ର ସଂଗ୍ରାମ ପରିଷଦ ପକ୍ଷରୁ ସଭାପତି କ୍ରିଷ୍ଣକାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ  ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ଗଣକବିଙ୍କ କୋଠାପଦାସ୍ଥିତ ପ୍ରତିମୂର୍ତ୍ତୀ ନିକଟରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପରିଷଦର ଶତାଧିକ ସଦସ୍ୟ ଯୋଗ ଦେଇ ଗଣକବିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ। ଅବସରପ୍ରାପ୍ତ ପ୍ରଧ୍ୟାପକ ଡ. ଗିରିଜା ଶଙ୍କର ମିଶ୍ର, ପଣ୍ଡିତ ବୈକୁଣ୍ଠନାଥ ପରିଡ଼ା,ସମାଜସେବୀ ରଜନିକାନ୍ତ ପରିଡ଼ା, ଅମରେନ୍ଦ୍ର ଦାସ, ଯୋଗେଶ ଚନ୍ଦ୍ର ମହାନ୍ତି, ଜଗନ୍ନାଥ ନାୟକ,ପୂର୍ଣ୍ଣଚନ୍ଦ୍ର ସାହୁ, ହିତେଶ ରାଉତ, ଅଭିଷେକ ରାୟ, କୀର୍ତ୍ତିଚନ୍ଦ୍ର ଦାସ, ସୁଶୀଲ ମହାପାତ୍ର, ଅମରେନ୍ଦ୍ର ମହାପାତ୍ର, ଆଲୋକ କୁମାର ସେଠୀ, ମୋହନଜିତ ରାଉତରାୟ, ରଶ୍ମିରଞ୍ଜନ ସାହୁ, ଅଭିଷେକ ସାହୁ, ମହାପ୍ରସାଦ ଲାଲ, ଦୀପକ ସିଂହ, ପୀୟୁଷ ମହାପାତ୍ର ଆଦି ଶତାଧିକ ଯୁବକ ଛାତ୍ର ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *