ମହମ୍ମଦପୁର ଠାରେ ପଞ୍ଚାୟତ କଲ୍ୟାଣ ମଣ୍ଡପ ଉଦଘାଟିତ 

କଟକ ସଦର ,୦୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହମ୍ମଦପୁର ଠାରେ ଏକ ପଞ୍ଚାୟତ କଲ୍ୟାଣ ମଣ୍ଡପ କୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ଜଣାପଡିଛି।

ଏହି ଉପଲକ୍ଷେ ସରପଂଚ ପ୍ରତିଭା ବେହେରାଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ସାଂସଦ ଓ ବିଧାୟକ କଲ୍ୟାଣ ମଣ୍ଡପ ନିର୍ମାଣରେ ସରପଂଚ ଓ ପଞ୍ଚାୟତ ବାସୀଙ୍କ ବଳିଷ୍ଠ ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ନାୟକ,ଵିଡିଓ ଦିଵ୍ୟେନ୍ଦୁ ଦାସ, ସମିତି ସଭ୍ୟ ରଂଜନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନାରେ ପୂର୍ବତନ ସରପଂଚ ସରୋଜ କୁମାର ବେହେରା, ପୂର୍ବତନ ସରପଂଚ ଙ୍କ ପ୍ରତିନିଧି ସର୍ବେଶ୍ଵର ନାୟକ ଓ ଅନ୍ୟମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *