ବରୀରେ ବିଜୁ ଜୟନ୍ତୀ

ଯାଜପୁର , ୦୫/୦୩/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ବିଜେଡ଼ି ରାଜ୍ୟ ସମ୍ପାଦକ ବରୀ ନିର୍ବାଚନ ମଣ୍ଡଳୀ ଯୁବ ନେତା  ବିଶ୍ଵ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି।  ଭଜନ କୀର୍ତ୍ତନ ରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ଯାଜପୁର ଜିଲ୍ଲା ବରୀ ବ୍ଲକ ରାମଚନ୍ଦ୍ରପୁର ଦୁର୍ଗା ମା ଙ୍କୁ ପୂଜାର୍ଚ୍ଚନା କରିବା ପରେ ଦୁର୍ଗା ପଡ଼ିଆ ମଞ୍ଚରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।

 ଏହି ସଭାରେ ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା ସଭାପତିତ୍ଵ କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡ଼ି ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକ ଯୋଗ ଦେଇଥିଲେ। ଓଡ଼ିଶା ରାଜନୀତି ଓ ସାଧାରଣ ଜୀବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଏକ ବିରଳ ବ୍ୟକ୍ତିତ୍ୱ। ବାଲ୍ୟ କାଳରୁ ଥିଲେ ସାହସୀ ଓ ସ୍ଵାଭିମାନୀ। ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ଥିଲେ ବିଜୁ ବାବୁ। ଆଧୁନିକ ଓଡ଼ିଶାର ସେ ଥିଲେ ବିନ୍ଧାଣି। ରାଜ୍ୟର ସ୍ୱାର୍ଥ ଓ ଗରିବ ଲୋକଙ୍କ ହିତ ସାଧନ ପାଇଁ ସେ ଯେପରି ଦୃଢ଼ତା ଓ ନିର୍ଭୀକତାର ସହ ପଦକ୍ଷେପ ନେଉଥିଲେ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ସେଭଳି ଦୃଢ଼ତା ପ୍ରଦର୍ଶନ କରି ନାହାନ୍ତି ବୋଲି ବିଶ୍ଵ ରଞ୍ଜନ ମଲ୍ଲିକ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ। ସେହିପରି ଶିଳ୍ପ,ସାହିତ୍ୟ,ଶିକ୍ଷା,ଭିତ୍ତିଭୂମି,ସଡ଼କ, ବନ୍ଦର ଏପରିକି ରେଳପଥ ସମସ୍ତ କ୍ଷେତ୍ରରେ ବିଜୁ ବାବୁଙ୍କ ଆଖି  ଦ୍ରୁସିଆ   ଅବଦାନ ରହିଛି ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି  କହିଥିଲେ।

 ଲୋକ ମାନେ ଯେତେବେଳେ ସାଇକେଲ କିଏ ଚଳାଇଲେ ଦେଖିବାକୁ ଯାଉଥିଲେ ବିଜୁ ପଟ୍ଟନାୟକ ସେତେବେଳେ ଉଡାଜାହାଜ ଚଢିଥିଲେ। ପ୍ରଶାସନ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ୧୩ ଟି ଜିଲ୍ଲାକୁ ୩୦ ଟି ଜିଲ୍ଲାରେ ପରିଣତ କରିଥିଲେ। ଲୋକଙ୍କ ଆବଶ୍ୟକତାକୁ ମର୍ମେ ମର୍ମେ ଅନୁଭବ କରି ବିକାସ କୁ ତ୍ଵରାନିତ କରାଇବାର ପ୍ରଚେଷ୍ଟା କରୁଥିଲେ ବୋଲି ଜିଲ୍ଲା ପରିଷଦ ଦିଲ୍ଲୀପ ମହାନ୍ତି କହିଥିଲେ। ଆଜି ର ସଭାରେ ପ୍ରସନ୍ନ କୁମାର୍ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ, ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ଯାଦବ, ସରପଞ୍ଚ ମଧୁସ୍ମିତା ବେହେରା, ସରପଞ୍ଚ ସୋନାଲି ସିଂ, ସରପଞ୍ଚ ଧୀରେନ୍ଦ୍ର ଜେନା, ସରପଞ୍ଚ ଦେବୀ ପ୍ରସାଦ ମିଶ୍ର  ଙ୍କ ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ଓ  ହଜାର ହଜାର ସଂଖ୍ୟକ ବିଜୁ ପ୍ରେମୀ, ବିଶ୍ଵ ପ୍ରେମୀ ମାନେ ଉପସ୍ଥିତ ଥିଲେ। ଆଜିର ସଭାରେ ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ସମସ୍ତ କର୍ମୀ ମାନେ ସମୃଦ୍ଧ, ସସକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିଥିଲେ।

ଆଜିର ସଭା ଆଗାମୀ ଦିନରେ ବିଶ୍ୱ ଟିମ୍ କୁ ସୁଦୃଢ଼ କରିବ ଓ ବିଶ୍ୱ ଙ୍କ ନେତୃତ୍ୱ ବରୀ ର ଉନ୍ନତି ଦିଗରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ଓ ଭୋଟର ମାନେ କଥା ବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *