ଶପଥ ନେଲେ ଜିଲା ଓକିଲ ସଂଘ କର୍ମକର୍ତା

କେନ୍ଦ୍ରାପଡ଼ା, ୦୩/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତାମାନେ ବୁଧବାର ଅପରାହ୍ନରେ ଓକିଲ ସଂଘ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରିଛନ୍ତି ।

ସଂଘର ନବ ନିର୍ବାଚିତ ସଭାପତି ଗୋବର୍ଦ୍ଧନ ରାଉତ, ଉପସଭାପତି ଭାବେ ହାଡିବନ୍ଧୁ ସିଂ, ସମ୍ପାଦକ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ମମତାମୟୀ ସାମଲ, କୋଷାଧ୍ୟକ୍ଷ ବିଭୂତିଭୂଷଣ କର, ପରିଚାଳନା ପରିଷଦ ସଦସ୍ୟ ହରି କର ଓ ରେଣୁବାଳା ସାମଲ ପ୍ରମୁଖ ଶପଥପାଠ କରିଥିଲେ ।

ଆଇନଜୀବୀ ସଞ୍ଜୟ ପତ୍ରୀ କର୍ମକର୍ତାମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ନିହାର ମହାପାତ୍ର, ଗଗନବିହାରୀ ଜେନା, ବଳଦେବ ପ୍ରସାଦ ସାମନ୍ତରାୟ, ଗୌର ପ୍ରସାଦ ମହାପାତ୍ର, ଧିରେନ ସାହୁ, ନିତ୍ୟାନନ୍ଦ ସ୍ୱାଇଁ, ପ୍ରଭାତ ଅଧିକାରୀ, ସରୋଜରାଜ ସିଂହ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *