କଟକ ସଦର,୦୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର-୨ ରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ନାଗେଶ୍ଵରନାଥଙ୍କ ବରିଷ୍ଠ ସେବାୟତ ତଥା ଜଣାଶୁଣା ବିଜେପି ସଂଗଠକ ବଳରାମ ନାୟକଙ୍କ ପିତା ସ୍ୱର୍ଗତ ଶରତ ଚନ୍ଦ୍ର ନାୟକଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା ଶୋକାକୁଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମହାଳୀ,ସରପଞ୍ଚ ରାକେଶ ବେହେରା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ଯୁଵଦୈ।ଗୀ ସ୍ବରୁପ ସୁମନ, ଅମିତାଭ ଵିଶ୍ବାଳ, ସନ୍ତୋଷ କୁମାର ସାହୁ, ସର୍ବେଶ୍ଵର ନାୟକ, ପ୍ରମୋଦ ଦଳାଇ, ରାଧାମୋହନ ମହଲା, ନିମାଇଁ ମହାପାତ୍ର ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଶରତ ଚନ୍ଦ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିବା ସହିତ ପରଲୋକଗତ ଆତ୍ମାର ସଦଗତି ପାଇଁ ପ୍ରଭୁ ନାଗେଶ୍ଵର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରିଚାଳନାରେ ପୁତ୍ର ବଳରାମ, ଜଗନ୍ନାଥ ଓ କାଳନ୍ଦୀ ଙ୍କ ସମେତ ନାୟକ ପୂଜକ ପରିବାରର ସମସ୍ତ ସଦସ୍ୟ ସହାୟତା କରିଥିଲେ।
ନାଗେଶ୍ଵରନାଥ ଶିଵ ମନ୍ଦିରର ବରିଷ୍ଠ ସେବାୟତ ସ୍ୱର୍ଗତ ଶରତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି
