ଜଗତସିଂହପୁର ୨୬/୧୨/୨୦୨୪ (ଓଡ଼ିଶା ସମାଚାର)- ଆଳିପିଙ୍ଗଳସ୍ଥିତ ଜଗତସିଂହପୁର ଜିଲ୍ଲା କାରାଗାରରେ ଏକ ୬୫ ବର୍ଷିୟ ବିଚାରଧୀନ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଶ୍ରବଣ ସମସ୍ୟାରେ ପୀଡିତ ଥିଲେ। ଏନେଇ ଜିଲ୍ଲା କାରାଗାରର ଅଧିକ୍ଷକ ଶ୍ରୀ ମଦନ ମୋହନ ମାରାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ବି ଡି ଡି ଚନ୍ଦନାଙ୍କୁ ଅବଗତ କରାଇଥିଲେ । ଉକ୍ତ ବନ୍ଦୀ ପାଇଁ ସରକାରଙ୍କ ତରଫରୁ ଶ୍ରବଣ ଯନ୍ତ୍ର ନିମନ୍ତେ ଆଇନ ସେବା ପ୍ରାଧୀକରଣ ସଚିବ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟର ଅଡିଓୋଲୋଜିଷ୍ଟ୍ ଆନନ୍ଦ ପ୍ରସାଦ ଲେଙ୍କା, କନିଷ୍ଠ ସହାୟକ ସାଗର କୁମାର ବେହେରା ଓ ସ୍ୱାଗତ ରଞ୍ଜନ ଦାସ ଜିଲ୍ଲା କାରାଗାରକୁ ଯାଇ କାରାଗାରର ସହାୟକ ଅଧିକ୍ଷକ ମନସ୍ଵିନୀ ପାଣିଗ୍ରାହୀ, ଉପ ସହାୟକ ଅଧୀକ୍ଷକ ଦର୍ପ ଭଞ୍ଜନ ଭୋଇ ଓ ଫାର୍ମାସୀଷ୍ଟ ନିରଞ୍ଜନ ମାର୍ଥା ଙ୍କ ଉପସ୍ଥିତିରେ ଉକ୍ତ ବିଚାରଧୀନ ବନ୍ଦୀକୁ ଚିକିତ୍ସା କରି ଦୁଇଟି ଶ୍ରବଣ ଯନ୍ତ୍ର ପ୍ରଦାନ କରିଛନ୍ତି । ଶ୍ରବଣ ଯନ୍ତ୍ରକୁ ବ୍ୟବହାର କରି ଉକ୍ତ ବନ୍ଦୀର ଶ୍ରବଣ ସମସ୍ୟା ଦୂର ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି ।
ବିଚାରଧୀନ ବନ୍ଦୀକୁ ଶ୍ରବଣ ଯନ୍ତ୍ର ପ୍ରଦାନ
