ଧରମ ସହିଲେ ହେଲା ପ୍ରଦର୍ଶିତ

ଯାଜପୁର, ୧୩/୧୨/୨୦୨୩ (ଓଡ଼ିଶା ସମାଚାର)-ଖଣି ନିଗମର ଦୈତାରୀ ଲୁହାପଥର ଖଣିଠାରେ ଖଣି ସୁରକ୍ଷା ସପ୍ତାହର ଉଦ୍ଘାଟନ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର, ଅଭିନେତା ସୁବାସ ପଣ୍ଡାଙ୍କ ରଚିତ ଓ ହରେନ ସାହୁଙ୍କ ନିର୍ଦ୍ଧେଶିତ ସଚେତନତାଧର୍ମୀ ନାଟକ ‘ଧରମ ସହିଲେ ହେଲା’ ପ୍ରଦର୍ଶନ କରାଯାଇଥିଲା । ଏହାକୁ ଆଂଚଳିକ ପରିଚାଳକ ବିଭୂତି ଭୂଷଣ ନାୟକ ଉଦ୍ଘାଟନ କରିବା ସହିତ ଏହିପରି ସଚେତନତା ନାଟକ କାର୍ଯ୍ୟକ୍ରମ ପାଇଁ ଦୈତାରୀ ଆଇରନ ଓର୍ ମାଇନ୍ସର ସାଂସ୍କୃତିକ ଟିମ୍ କୁ ଧନ୍ୟବାଦ ଦେବା ସହ ପ୍ରତିଯୋଗିଙ୍କୁ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *