Breaking News : ପୂର୍ବ  ଶତ୍ରୁତାକୁ ନେଇ  ଯୁବକ ଙ୍କୁ ଗୁଳିମାଡ଼

ବୌଦ୍ଧ,୨୧/୧୦/୨୦୨୬ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଲମ୍ବସ୍ୱରୀ ପଞ୍ଚାୟତର ଧେଣ୍ଡୁକୁଟି ଗ୍ରାମ ନିକଟରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି  ।  ଗୁରୁତର ଆହତ ଯୁବକ ଜଣକ ହେଲେ ପ୍ରାଣବନ୍ଧୁ ବସ୍ତିଆ । ତାଙ୍କ ଗୋଡରେ ଗୁଳି ବାଜିଛି।

ସ୍ଥାନୀୟ ଲୋକେ ଗୁରୁତର ଆହତ ଯୁବକ ପ୍ରାଣବନ୍ଧୁ ଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାମାଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।  ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *