ବିଜେଡ଼ି ଛାଡ଼ିଲେ କଟକର ବରିଷ୍ଠ ନେତା ମଧୁ ସାହୁ ଓ ରଞ୍ଜନ ବିଶ୍ୱାଳ 

କଟକ ସଦର,୦୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରର ଜଣାଶୁଣା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନଗର ଜିଲ୍ଲା ବିଜେଡ଼ି ସଭାପତି ମଧୁସୂଦନ ସାହୁ ଓ ପୂର୍ବତନ କର୍ପୋରେଟର, ପୂର୍ବତନ ଜୀବନଵିନ୍ଦୁ ସଂଯୋଜକ , ପୂର୍ବତନ ନିରାମୟ ଯୋଜନା ର ଉପଦେଷ୍ଟା ଡ଼ଃ ରଞ୍ଜନ କୁମାର ବିଶ୍ବାଳ ଆଜି ବୁଧବାର ଦିନ ବିଜେଡ଼ି ଛାଡି ଥିବା ଜଣାପଡିଛି। ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଭାବେ ଜନତା ଦଳରୁ ସଂଗଠନ ରେ ରହି ବିଜୁ ଜନତା ଦଳରେ ସଂଗଠନ ସୁଦୃଢ କରିବାରେ ନିଜକୁ ସମର୍ପିତ କରିଥିବା ମଧୁ ସାହୁଙ୍କୁ ସାଧାରଣ ନିର୍ବାଚନ ପରଠାରୁ ସାଇଡ୍ ଲାଇନ୍ କରାଯାଇଥିବା ଅଭିଯୋଗ ହୋଇ ଆସୁଥିଲା। ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ପାଇଁ କୋଣଠେସା ହୋଇ ରହିବା ପରେ ଶେଷରେ ସେ ବିଜେଡ଼ି କୁ ଆଜି ଵାଏଵାଏ କରିଛନ୍ତି।

                  ମଧୁ ସାହୁ
ରଞ୍ଜନ ବିଶ୍ୱାଳ

ସେହିପରି ବିଜେଡ଼ି ସଂଗଠନ ର ଆଗଧାଡିର ଯୁବ ନେତା ରଞ୍ଜନ ବିଶ୍ୱାଳ ଙ୍କୁ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ରଞ୍ଜନ ମଧ୍ୟ ବିଜେଡ଼ି କୁ ଆଜି ଵାଏଵାଏ କରିଛନ୍ତି।ଆଗକୁ ଆହୁରି ବହୁ ଛାମୁଆ ନେତା ଓ କର୍ମୀ ବିଜେଡ଼ି ଛାଡ଼ିବାକୁ ସଜବାଜ ହେଉଥିବାବେଳେ କଟକ ର ଦୁଇ ସିଂହ କେବଳ ସାମ୍ବାଦିକ ସମ୍ମିଳନୀରେ ଚିରାଚରିତ ଭାବେ କହିବେ ଯେ ‘ଏମାନେ ଚାଲିଗଲେ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ’। ହେଲେ ଆଗକୁ ଦଳ ଉପରେ କି ପ୍ରଭାବ ପଡୁଛି ତାକୁ କେବଳ ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ ଯେ ଗତ ୩୧/୦୫/୨୦୨୬ ରେ ଦଳ  ଛାଡ଼ିବା ସମ୍ପର୍କିତ ଭବିଷ୍ୟବାଣୀ ଖଵର ‘ଓଡିଶା ସମାଚାର’ରେ ବିସ୍ତୃତ ଭାବେ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *