Breaking News : ହାଇଓ୍ବା ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା , ୨ ଜଣଙ୍କ ମୃତ୍ୟୁ – ହାଇୱା ଚାଳକ ଫେରାର

ରାଉରକେଲା, ୨୧/୧୦/୨୦୨୬(ଓଡ଼ିଶା ସମାଚାର)- ହାଇଓ୍ବା ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ,ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଲହୁଣିପଡା ଥାନା ଅଧୀନ କଲେଇପୋଷକଟା ଠାରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୪ ବର୍ଷର ଶିଶୁ ପୁତ୍ର ଅଛନ୍ତି। ମୃତ ମହିଳା ଜଣକ ହେଲେ ମାଗଦାଲି କେରକେଟା । ଗୁରୁତର ଆହତଙ୍କ ମଧ୍ୟରେ ୧୦ ବର୍ଷରୁ କମ୍ ଦୁଇ ଶିଶୁ ସହ ୬ ମାସର ଶିଶୁକନ୍ୟା ଅଛନ୍ତି।
ରାଉରକେଲାରୁ ଲହୁଣୀପଡ଼ା କଲେଇପୋଶ ଆଡ଼କୁ କାର ଯାଉଥିଲା । ବରସୁଆଁରୁ ରାଜାମୁଣ୍ଡା ଆଡ଼କୁ ହାଇୱା ଯାଉଥିଲା । କଲେଇପୋଷକଟା ନିକଟରେ କାର ଓ ହାଇଓ୍ବା ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଲହୁଣୀପଡ଼ା ଡାକ୍ତରଖାନା ନିଆଯାଇଥିଲା। ୭ ଗରୁତର ରାଉରକେଲା ସରକାରୀ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମୃତଦେହ ଲହୁଣୀପଡା ଡାକ୍ତରଖାନାରେ ରଖାଯାଇଛି। ଦୁର୍ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଛି।

Leave a Reply

Your email address will not be published. Required fields are marked *