ଜଗତସିଂହପୁର ଠାରେ ୩୮ ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର,୨୧/୧୦/୨୦୨୬(ଓଡ଼ିଶା ସମାଚାର)-ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ରାବଣ ପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରୀ ରାମ କ୍ଲବ ସମ୍ପାଦକ ଶ୍ରୀ ବିଜୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧାୟକ-ତଥା-ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ ନିଶା ସେବନ ଓ ମୋବାଇଲ ବ୍ୟବହାର ଠାରୁ ଯୁବସମାଜ ଦୂରେଇ ରହିବା ପାଇଁ ନିବେଦନ କରିବା ସହ ଭସାଣି କାର୍ୟ୍ୟକ୍ରମ ରେ ନିଶା ସେବନ ନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଦୁର୍ନୀତିକୁ ବିରୋଧ କରି ସ୍ୱର ଉତ୍ତୋଳନ କରିବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଶେଷରେ ରାବଣ ଦେହରେ ବୈଦ୍ୟୁତିକ  ଅଗ୍ନି ସଂଯୋଗ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ , ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଥାନପତି ମେଢ଼ ର ସଭାପତି ଶ୍ରୀ ସତ୍ୟ ବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଶ୍ରୀରାମ କ୍ଲବର ସଭାପତି ଶ୍ରୀ ରତ୍ନାକର ବିଶ୍ବାଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

ଦୁଃଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନ ପକ୍ଷରୁ ରାମଲୀଳା ପ୍ରଦର୍ଶିତ ହୋଇଥିଲା । ଏଥିରେ ରାବଣ ଜଟାୟୁ ଯୁଦ୍ଧ, ସୀତା ହରଣ,ରାମ ରାବଣ ଯୁଦ୍ଧ ଓ ରାବଣ ବଧ ବେଶ ଆକର୍ଷଣୀୟ ହୋଇଥିଲା। କାର୍ୟ୍ୟକ୍ରମରେ ଆକର୍ଷଣୀୟ ବୈଦ୍ୟୁତିକ ଆତସ ବାଜି ପ୍ରଦର୍ଶନ କରାଯାଇଥିଲା । ଶେଷରେ ଶ୍ରୀରାମ କ୍ଲବ୍ ର କାର୍ୟ୍ୟକର୍ତ୍ତା ଶ୍ରୀଯୁକ୍ତ ସୁଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆରକ୍ଷୀ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

-୦-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *