କପିଳେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ       

ମାହାଙ୍ଗା,୨୨/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଳିଅଠା ପଂଚାୟତ ସ୍ଥିତ ହରିହର ପୀଠ ପରିସରରେ ଓଁ ଶ୍ରୀ ଶ୍ରୀ ବାବା କପିଳେଶ୍ଵର ସଂକୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

   ଏହି ଆଧ୍ୟାତ୍ମିକ ଉତ୍ସବକୁ ବରିଷ୍ଠ ସାମ୍ବାଦିକ କବି ଭକ୍ତ ଚରଣ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଶିକ୍ଷାବିତ ଅକ୍ଷୟ କୁମାର ବଳଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୀତିକାର ମାନସ ସାସମଲ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି,ବିଶିଷ୍ଟ ଅତିଥି ଭାବେ ସଂଗୀତ ନିର୍ଦ୍ଦେଶକ ଲଳିତ କୁମାର,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ସାମ୍ବାଦିକ ରମେଶ ସାହୁ,ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଦୁର୍ଯ୍ୟୋଧନ ପଣ୍ଡା, ସାମ୍ବାଦିକ ଅଶୋକ ଦାଶ, ସାମ୍ବାଦିକ ସୁବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ଆଜିର ଯୁଗରେ ସଂକୀର୍ତ୍ତନ ଲୋପ ପାଇବାକୁ ବସିଥିବା ବେଳେ,ମାହାଙ୍ଗା ଓ ବଡ଼ଚଣା ବ୍ଲକ ଅଂଚଳରୁ ୨ ଶହରୁ ଉର୍ଦ୍ଧ୍ଵ ସଂକୀର୍ତ୍ତନ ଗାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା  ।

ସଂକୀର୍ତ୍ତନ ପରମ୍ପରା ପ୍ରତି ଯୁବ ପିଢୀ ଆକର୍ଷିତ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବହୁ କଳାକାର,ସାହିତ୍ୟିକ,ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଦୁଇ ଶହରୁ ଉର୍ଦ୍ଧ ମାହାଙ୍ଗା ଓ ବଡ଼ଚଣା ଅଂଚଳର ସଂକୀର୍ତନ ମଣ୍ଡଳୀ ର କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।  ରମାକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜନ୍ମେଜୟ ଓଝା ସ୍ୱାଗତ ଭାଷଣ ଏବଂ ସତ୍ୟ ଶିବ ପଣ୍ଡା ବିବରଣୀ ପାଠକରିଥିଲେ । କଣ୍ଠଶିଳ୍ପୀ ସୁଧାକର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମକୁ ରବୀନ୍ଦ୍ର ସାମଲ, ଅଜୟ ସାହୁ, ହୃଷିକେଶ ପ୍ରଧାନ, ସାଉଁଟି ସାମଲ, ଗୁରୁଚରଣ ପୃଷ୍ଟି, ଦେବରାଜ ସ୍ୱାଇଁ, ନିହାର ରଞ୍ଜନ ସ୍ୱାଇଁ, ରତିକାନ୍ତ ପଣ୍ଡା, ପ୍ରଦୀପ୍ତ ସାହୁ, କପିଳେନ୍ଦ୍ର ରଣା, ଅଜିତ ସାମଲ, ଜ୍ୟୋତିର୍ମୟୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *