ଭୁବନ ୧୮/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଗତ ସୋମବାର ଠାରୁ ୨୧ ଟି ପୂଜା ମଣ୍ଡପରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ଫ୍ରେଣ୍ଡସିପ କ୍ଲବ୍ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିର ର ଅବିକଳ ନକଲ କରି ରାଧାକୃଷ୍ଣ ଙ୍କ ସମେତ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ପୂଜା କରୁଛି । ଶୁକ୍ରବାର ପଞ୍ଚମ ଦିନରେ ପ୍ରଭୁ ଗଜାନନ ଙ୍କ ର ବଡପୂଜା ଅନୁଷ୍ଠିତ ହୋଇଥିଲା ।
ଏଥିରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୂହିକ ପ୍ରସାଦ ସେବନ କରିଥିଲେ। ଫ୍ରେଣ୍ଡସିପ କ୍ଲବ୍ ର ସଭାପତି ଜୀବନ ଜ୍ୟୋତି ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ଚିନ୍ମୟ କୁମାର ପୃଷ୍ଟି,ଗୋପାଳ ନାୟକ,ଦିନେଶ ଦାସ,ସୁବ୍ରତ କୁମାର ସାହୁ,ମୁନା ନାୟକ,ଆଶିଷ କୁମାର ଦାଶ,ଅଜୟ ପୃଷ୍ଟି,ବୁନୁ ସାହୁ , ଶ୍ରୀକାନ୍ତ ବେହେରା, ସ୍ୱର୍ଣ୍ଣ ରଞ୍ଜନ ପୃଷ୍ଟି,ବିକାଶ ସାଥୁଆ ମହାପାତ୍ର ଙ୍କ ସମେତ କ୍ଲବ୍ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ସମୟରେ ଆଳତି ଦେଖିବାକୁ ପ୍ରବଳ ଜନ ସମାଗମ ହେଉଛି । ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରବଳ ଭିଡ ଲାଗି ରହୁଛି । ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ କରୁଛନ୍ତି ।
