ଆସନ୍ତା ୭ ଦିନ ମଧ୍ୟରେ ଭତ୍ତା ସମ୍ପର୍କିତ ସମସ୍ୟାର ସମାଧାନ ହେବ

ଭୁବନେଶ୍ୱର,୦୩/୦୬/୨୦୨୬ (ଓଡ଼ିଶା ସମାଚାର)- ସରକାର ବୟସ୍କ, ବିଧବା ଓ ଭିନ୍ନକ୍ଷମ ଆଦି ହିତାଧିକାରୀଙ୍କୁ ଜାତୀୟ ସାମାଜିକ ସହାୟତା ଯୋଜନା(ଏନଏସପି) ଯୋଜନାରେ ଭତା ଦେଉଛନ୍ତି । ୮୦ ବର୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ୩୫୦୦ ଓ ଅନ୍ୟ ମାନଙ୍କୁ ୧୦୦୦ ଟଙ୍କା ଲେଖା ଭତା ଦେଉଛନ୍ତି । କିଏ ତେଲ ଲୁଣ ର ଖର୍ଚ୍ଚ କରୁଛିତ ଆଉ କିଏ ଔଷଧ ଖର୍ଚ୍ଚ କରୁଛି । ହେଲେ ୩ମାସ ହେଲା ଭତା ଟଙ୍କା ବ୍ୟାଙ୍କ ଆକାଉଂଟକୁ ଆସୁନାହିଁ । ହିତାଧିକାରୀମାନେ ବୁଝିବା ପାଇଁ ଓ ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କ କୁ ୩ ମାସ ହେଲା ଦେଯଡ଼ି ଦୌଡ଼ି ନିରାଶ ହୋଇଛନ୍ତି । ଏ ସମ୍ପର୍କରେ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁହଁ ଖୋଲିଥିଲେ । ସେ କହିଥିଲେ କି ଆଉ ୧୫ ଦିନ ମଧ୍ୟରେ ଭତା ସମସ୍ୟାର ସମାଧାନ ହୋଇଯିବ । ବ୍ୟାଙ୍କ ଜରିଆରେ ଯେଉଁମାନଙ୍କୁ ଭତା ଦିଆଯାଉଛି, ସଫ୍ଟୱାର ସମସ୍ୟା ଯୋଗୁ ଏଭଳି ସ୍ଥିତି ଦେଖା ଦେଇଛି । ଯେଉଁ ବାକି ଭତା ଅଛି ତାହା ସମସ୍ତ ଆସନ୍ତା ୧୫ ଦିନ ମଧ୍ୟରେ ଦିଆଯିବ ।

ଆଜି ପୁଣି ଆସନ୍ତା ୭ ଦିନ ମଧ୍ୟରେ ଭତ୍ତା ସମ୍ପର୍କିତ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । । ବିଶେଷ କରି ବ୍ୟାଙ୍କ ଖାତା ସଂଯୋଗ, ଡାଟା ମିସମ୍ୟାଚ ଓ ବୈଷୟିକ ତ୍ରୁଟି କାରଣରୁ ଭତ୍ତା ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ‘ସ୍ପର୍ଶ’ ପୋର୍ଟାଲ୍ ମାଧ୍ୟମରେ ଆକାଉଣ୍ଟ ଅପଡେଟ୍ ଓ ଯାଞ୍ଚ କାମ ଚାଲିଛି । କିଛି ବୈଷୟିକ ସମସ୍ୟା ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ।ବୈଷୟିକ ତ୍ରୁଟିଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାର କରାଯାଉଛି । ସମସ୍ତ ତଥ୍ୟ ଯାଞ୍ଚ ଓ ଆକାଉଣ୍ଟ ସଂଯୋଗ କାମ ସମାପ୍ତ ହେବା ପରେ ହିତାଧିକାରୀମାନେ ନିୟମିତ ଭାବେ ଭତ୍ତା ପାଇପାରିବେ । ଆସନ୍ତା ୭ ଦିନ ମଧ୍ୟରେ ଭତ୍ତା ସମ୍ପର୍କିତ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କେବଳ ଅନଲାଇନ ମାଧ୍ୟମରେ ବ୍ୟାଙ୍କ ସଞ୍ଚୟ ଖାତା ଯୋଗେ ଭତ୍ତା ପାଉଥିବା ହିତାଧିକାରୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *