କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ
କଟକ,୨୨/୧୦/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ରାସ୍ତା ଓ କୋଠାବାଡ଼ି (R&B) ଉପ-ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Assistant Executive Engineer) ତପନ ସେଠୀଙ୍କ ଘରେ ଚାଲିଥିବା ତଲାସୀ ଅଭିଯାନରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଏଥିମଧ୍ୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ୩ଟି ବହୁତଳ ବିଶିଷ୍ଟ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍, ଗୋଟିଏ ଫାର୍ମ ହାଉସ୍, ୭୪୭ ଗ୍ରାମ ସୁନା ଏବଂ ୨ଟି ଚାରି ଚକିଆ ଗାଡ଼ି ଅନ୍ତର୍ଭୁକ୍ତ।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡିଶା, କଟକ ଙ୍କ ସୂଚନା ଅନୁସାରେ କଟକ ଚୌଦ୍ୱାରସ୍ଥିତ ଚାରବାଟିଆ ରାସ୍ତା ଓ କୋଠାବାଡ଼ି (R&B) ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ (SE) ଅଧୀନରେ ଥିବା ଯାଜପୁର ଜିଲ୍ଲା ବଡ଼ଚଣା R&B ଉପ-ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଚାଲିଥିବା ତଲାସୀ ଅଭିଯାନରେ, ଶ୍ରୀ ସେଠୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଚଳ ଓ ଅଚଳ ସମ୍ପତ୍ତି ଠାବ କରାଯାଇଛି।
ଏହାର ବିବରଣୀ ନିମ୍ନରେ ଦିଆଗଲା: ୧) ସିଡିଏ (CDA) ସେକ୍ଟର-୭, ପ୍ଲଟ୍ ନଂ F/779 ଠାରେ ପ୍ରାୟ ୨୦୦୦ ବର୍ଗଫୁଟ ବିଶିଷ୍ଟ ଏକ ତିନି ମହଲା କୋଠା। ୨) ପୁରୀର ସିଦ୍ଧ ମହାବୀର ଅଞ୍ଚଳରେ ପ୍ରାୟ ୩୬୦୦ ବର୍ଗଫୁଟ ବିଶିଷ୍ଟ ଅନ୍ୟ ଏକ ତିନି ମହଲା କୋଠା। ୩) ଭୁବନେଶ୍ୱରର କଣ୍ଟାବାଡ଼ ଠାରେ ପ୍ରାୟ ୨୨୦୦ ବର୍ଗଫୁଟ ବିଶିଷ୍ଟ ଏକ ଦୁଇ ମହଲା କୋଠା। ୪) କଟକ ନିକଟସ୍ଥ କଣ୍ଟାପଡ଼ା ଠାରେ ୧ ଏକର ଜମି ଉପରେ ନିର୍ମିତ ଏକ ଫାର୍ମ ହାଉସ୍। ୫) ୩ଟି ମୂଲ୍ୟବାନ ପ୍ଲଟ୍ (ଯେଉଁଥିମଧ୍ୟରୁ ୨ଟି ଭୁବନେଶ୍ୱରରେ ଏବଂ ୧ଟି କଟକ ସିଡିଏ ଅଞ୍ଚଳରେ ଅବସ୍ଥିତ)। ଉକ୍ତ କୋଠା, ଫାର୍ମ ହାଉସ୍ ଏବଂ ପ୍ଲଟ୍ଗୁଡ଼ିକର ମାପଚୁପ ଓ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଭିଜିଲାନ୍ସ ବିଭାଗର ବୈଷୟିକ ଶାଖା (Technical Wing) ଦ୍ୱାରା କରାଯାଉଛି। ୬) ପ୍ରାୟ ୭୪୭ ଗ୍ରାମ ଓଜନର ସୁନା ଅଳଙ୍କାର। ୭) ବ୍ୟାଙ୍କ ଜମା, ବୀମା ଜମା ଏବଂ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ଯାଞ୍ଚ ଚାଲିଛି। ୮) ୨ଟି ଚାରି ଚକିଆ ଗାଡ଼ି (ଗ୍ରାଣ୍ଡ ଭିଟାରା ଓ ହ୍ୟୁଣ୍ଡାଇ ସ ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଆର୍ ଆଣ୍ଡ ବି (R&B) ଉପ-ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଯାଞ୍ଚ କରାଯାଉଛି।

ଏ ନେଇ ଅଧିକ ତଲାସୀ ଅଭିଯାନ ଜାରି ରହିଛି। ଆୟର ଜଣାଶୁଣା ଉତ୍ସ ତୁଳନାରେ ଅତ୍ୟଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ, ଆଜି ଅର୍ଥାତ୍ ୨୨.୧୦.୨୦୨୬ ତାରିଖରେ କଟକ, ଭୁବନେଶ୍ୱର, ପୁରୀ ଏବଂ ବଡ଼ଚଣା (ଯାଜପୁର) ସ୍ଥିତ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି। ସେହି ୭ଟି ସ୍ଥାନ ହେଲା: ୧. କଟକ ସିଡିଏ (CDA) ସେକ୍ଟର-୭, ପ୍ଲଟ୍ ନଂ F/779 ଠାରେ ଥିବା ତିନି ମହଲା କୋଠା। ୨. ପୁରୀ ସିଦ୍ଧ ମହାବୀର ଠାରେ ଥିବା ତିନି ମହଲା କୋଠା। ୩. କଟକ ଜିଲ୍ଲା କଣ୍ଟାପଡ଼ା ଠାରେ ଥିବା ଫାର୍ମ ହାଉସ୍ (ଏକ ମହଲା ବିଶିଷ୍ଟ ଗୃହ ସହ)। ୪. ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ନିଜ ଗ୍ରାମ ଝିଙ୍କିରିଆ ଠାରେ ଥିବା ଦୁଇ ମହଲା ଘର। ୫. କଟକ ୪୨ ମୌଜା ଅନ୍ତର୍ଗତ ବାଣ୍ଟୁନିଆ (ଶିବ ମନ୍ଦିର ନିକଟ) ଠାରେ ଥିବା ତାଙ୍କ ଶ୍ୱଶୁର ଘର। ୬. ଭୁବନେଶ୍ୱର କଣ୍ଟାବଡ଼ା ଠାରେ ଥିବା ଦୁଇ ମହଲା କୋଠା। ୭. କଟକ ଚୌଦ୍ୱାର (ଚାରବାଟିଆ) ସ୍ଥିତ ଆର୍ ଆଣ୍ଡ ବି (R&B) ବିଭାଗ ଅଧୀନ ବଡ଼ଚଣା ଉପ-ବିଭାଗରେ ଥିବା ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ କକ୍ଷ। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ (ତଲାସୀ ପରୱାନା) ଆଧାରରେ ଓଡ଼ିଶା ଭିଜିଲାନ୍ସର ୭ଟି ଦଳ ଏହି ଚଢ଼ାଉ କରିଛନ୍ତି।
ଏହି ଦଳରେ ୩ ଜଣ ଅତିରିକ୍ତ ଏସ୍.ପି. (Addl. SP), ୬ ଜଣ ଡି.ଏସ୍.ପି. (DSP), ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଏ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି। ତପନ ସେଠୀ (ଜନ୍ମ ତାରିଖ: ୨୪.୦୮.୧୯୭୨) ୧୯୯୭ ମସିହା ଅଗଷ୍ଟ ୬ ତାରିଖରେ ଓଡ଼ିଶା ସରକାରଙ୍କ ଇ.ଆଇ.ସି. (ସିଭିଲ୍) ଅଧୀନରେ କନିଷ୍ଠ ଯନ୍ତ୍ରୀ (ସିଭିଲ୍) ଭାବରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କର ମାସିକ ଦରମା ୫,୦୦୦ ଟଙ୍କ ସେ ୦୭.୦୮.୧୯୯୭ ରୁ ୧୨.୧୨.୨୦୦୮ ପର୍ଯ୍ୟନ୍ତ ଢେଙ୍କାନାଳସ୍ଥିତ ଜାତୀୟ ରାଜପଥ (NH) ବିଭାଗରେ କନିଷ୍ଠ ଯନ୍ତ୍ରୀ (JE) ଭାବରେ କାର୍ଯ୍ୟ କରିଥିଲେ।
ଏହି ସମୟ ମଧ୍ୟରେ, ସେ ୨୩.୦୭.୨୦୦୩ ରୁ ୧୨.୧୨.୨୦୦୮ ପର୍ଯ୍ୟନ୍ତ ଢେଙ୍କାନାଳ NH ବିଭାଗ ଅଧୀନସ୍ଥ ଅନୁଗୋଳ ଜିଲ୍ଲାର ବୋଇନ୍ଦା ଠାରେ ଥିବା NH ସେକ୍ସନ୍-୨ ରେ ନିଯୁକ୍ତ ଥିଲେ। ଏହା ପରେ, ସେ ୧୫.୧୨.୨୦୦୮ ରୁ ୧୯.୦୪.୨୦୧୮ ପର୍ଯ୍ୟନ୍ତ ଜଗତସିଂହପୁର R&B (ରାସ୍ତା ଓ କୋଠାବାଡ଼ି) ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ; ଏଥିରେ ଜଗତସିଂହପୁର R&B ବିଭାଗ ଅଧୀନସ୍ଥ କଣ୍ଟାପଡ଼ା R&B ସେକ୍ସନ୍ରେ କାର୍ଯ୍ୟ କରିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ପଦୋନ୍ନତି ପାଇବା ପରେ, ସେ ୨୦.୦୪.୨୦୧୮ ରୁ ୧୪.୧୦.୨୦୨୨ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା R&B ବିଭାଗରେ ସହକାରୀ ଯନ୍ତ୍ରୀ (Asst. Engineer) ଭାବରେ କାର୍ଯ୍ୟ କରିଥିଲେ। ପୁନର୍ବାର ପଦୋନ୍ନତି ପାଇ, ସେ ୧୫.୧୦.୨୦୨୨ ରୁ ୨୦.୧୦.୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ R&B ବିଭାଗ-୩ ରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE – ସିଭିଲ୍) ଭାବରେ ନିଯୁକ୍ତ ହୋଇଥିଲେ। ବଦଳି ହେବା ପରେ, ସେ ୨୫.୧୦.୨୦୨୩ ତାରିଖରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ଚାରବାଟିଆ R&B ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (SE) ଙ୍କ ଅଧୀନରେ ବଡ଼ଚଣା R&B ଉପ-ବିଭାଗରେ (Sub-Division) AEE ଭାବରେ ଯୋଗ ଦେଇଥିଲେ। ସେବେଠାରୁ ସେ ଆଜି ପର୍ଯ୍ୟନ୍ତ ସେହି ପଦବୀରେ କାର୍ଯ୍ୟରତ ଅଛନ୍ତି।
