ନିଶ୍ଚିନ୍ତକୋଇଲି,୦୨/୦୬/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା) – ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳ ପଞ୍ଚାୟତ ମାଳିଗାଁ ଗ୍ରାମ ର ଜୟ ଜଗନ୍ନାଥ କ୍ଲବ ଆନୁକୁଲ୍ୟରେ ମା ରାସେଶ୍ୱରୀ ଙ୍କ ନିକଟରେ ସବ ଜୁନିୟର ଖେଳାଳି ମାନଙ୍କୁ ନେଇ ଭଲିବଲ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ କ୍ରୀଡାବିତ୍ ନରେନ୍ଦ୍ର କୁମାର ଗୋଛାୟତ (ଜଗା) ପରିଚାଳନା କରିଥିଲେ । ଭାରତୀୟ ଭଲିବଲ୍ ର ପୂର୍ବତନ ଖେଳାଳୀ ଶିବପ୍ରସାଦ ତ୍ରିପାଠୀ ପ୍ରଶିକ୍ଷଣ ଦେଉଛନ୍ତି ।ଏହି କାର୍ଯ୍ୟକ୍ରମରେ ବାଳକ ଓ ବାଳିକା ମାନେ ଭାଗନେଇ ତାଲିମ୍ ନେଇ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ରେ ସୂନାମ ଅର୍ଜୁନ କରିପାରିବେ ବୋଲି ଆଶା କରିଛନ୍ତି ।
ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି।
