ନିରାକାରପୁର, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବିଶ୍ଵନାଥ ସ୍ପୋଟିଙ୍ଗ କ୍ଲବ, କଟକ ଓ ଯଦୁମଣି ସ୍ପୋଟିଙ୍ଗ କ୍ଲବ, ଇଟାମାଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ୧-୦ ଗୋଲରେ ଯଦୁମଣି ସ୍ପୋଟିଙ୍ଗ କ୍ଲବ, ଇଟାମାଟି ବିଶ୍ଵନାଥ ସ୍ପୋଟିଙ୍ଗ କ୍ଲବ, କଟକକୁ ହରାଇ ବିଜୟୀ ହୋଇଛି । ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା, ନୃସିହ ଚରଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା,କ୍ଲବ ସଭାପତି ମାନସ ଦାସ, ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର , କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା, ରମେଶ ନାୟକ, ସୁକେଶ୍ ପରିଡ଼ା, ପପି ପାଇକରାୟ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ପ୍ରଭାତ କୁମାର ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ବିଶ୍ଵନାଥ ପ୍ରଧାନ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।ଆସନ୍ତାକାଲି ର ମ୍ୟାଚ ନୀଳଚକ୍ର ସ୍ପୋର୍ଟସ କ୍ଳବ୍ , ପୁରୀ ଓ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ମଧ୍ୟରେ ଅନୁଷ୍ଠିତ ହେବ।
୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧-୦ ଗୋଲରେ ଯଦୁମଣି ସ୍ପୋଟିଙ୍ଗ କ୍ଲବ, ଇଟାମାଟି ବିଜୟୀ
