ଭୁବନେଶ୍ୱର, ୦୨/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଟିଆ ଷ୍ଟାରସିଟି କଲ୍ୟାଣ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ଶ୍ରୀ ସୁଧୀର ପରିଡ଼ା ସଭାପତିତ୍ୱ କରିଥିଲେ । ସର୍ବପ୍ରଥମେ ଦୁଇଜଣ ବରିଷ୍ଠ ସଦସ୍ୟ ଶ୍ରୀ ପି ସୋରେନ ଓ ସତ୍ୟ ନାରାୟଣ ଦାସଙ୍କୁ ଜନ୍ମମାସର ଶୁଭେଚ୍ଛା ଜ୍ଞାପନ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।
ଆଗାମୀ ତିନିବର୍ଷ ପାଇଁ ସଂଘର କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ ସଦସ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ନୂଆ କର୍ମକର୍ତ୍ତା ମାନେ ହେଲେ : ଉପଦେଷ୍ଟା:ଶରତ ଦାଶ; ସଭାପତି : ସୁଧୀର ପରିଡ଼ା; ଉପସଭାପତି: ପ୍ରଭାତ ଦାସ; ସମ୍ପାଦକ : ଭୁବନମୋହନ ଦାଶ; କୋଷାଧ୍ୟକ୍ଷ : ସୁବ୍ରତ ଶତପଥୀ । ଏହି ବୈଠକରେ ଯୋଗଦାନ କରିଥିବା ସଦସ୍ୟମାନେ ହେଲେ: ସର୍ବଶ୍ରୀ ସୁଧୀର ପରିଡ଼ା, ଭୁବନମୋହନ ଦାଶ, ସୁବ୍ରତ ଶତପଥୀ, ଭବାନୀ ଶଙ୍କର ମିଶ୍ର, ବିଜୟ କୁମାର ପଣ୍ଡା, ବି କେ ଲେଙ୍କା, ମାୟାଧର ସାହୁ, ଏସ ଦାଶ, ଏନ କେ ସିଂହ, ଏସ ଏନ ଦାସ, ପି ସୋରେନ, ପ୍ରଭାତ ଦାସ, କେ ସି ମହାପାତ୍ର, ଆର କେ ସାହୁ ଓ ଶରତ ଦାଶ ।
