କଟକ ସଦର,୨୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସାରା ଦେଶରେ ଖେଳ ମାଧ୍ୟମରେ ସମ୍ପର୍କ ଯୋଡ଼ିବା ସହିତ ଖେଳ ଓ ଖେଳାଳୀ ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହୋଇଛି ସାଂସଦ ଖେଳ ମହୋତ୍ସବ। ଏହି ପରିପ୍ରେକ୍ଷୀରେ କଟକ ସଂସଦୀୟ କ୍ଷେତ୍ରର କଟକ ସଦର ନିର୍ବାଚନମଣ୍ଡଳୀ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଆଜି ଶନିବାର ଦିନ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ କିଶନନଗର ଖେଳ ପଡିଆ ଠାରେ ଉଦଘାଟିତ ହୋଇଛି।
ଏଥିରେ ଦୁଇଦିନ ଧରି ୧୬ଟି ପଞ୍ଚାୟତ ର ଫୁଟବଲ ଖେଳାଳୀ ମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ମ୍ୟାଚ ଆରମ୍ଭ ହୋଇଛି । ଉଦଘାଟନୀ ଉତତ୍ସବରେ କିଶନନଗର ସହିତ ନିମେଇଶାପୁର ପଞ୍ଚାୟତ ଅଂଶଗ୍ରହଣ କରିଛି। ଏହାକୁ ଆଜି କିଶନନଗର ସରପଂଚ ସୁଜାତା ସେଠୀ ଉଦଘାଟନ କରିଥିବାଲେ । ଏଥିରେ ସାଧୁ ଚରଣ ଜେନା, ହୃଷିକେଶ ଜେନା, ଦେବେନ୍ଦ୍ର ଜେନା, ରମା ପ୍ରସାଦ ବିଶ୍ୱାଳ, ଚିତ୍ତରଞ୍ଜନ ସାହୁ, ସମୀର ସେନାପତି,କେଳୁ ଚରଣ ମହାଳି ପ୍ରମୁଖ ବିଜେପି ନେତୃମଣ୍ଡଳୀ ଯୋଗଦେଇଥିଲେ।
