ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଦୋକାନ ର ଲଟେରୀ ମାଧ୍ୟମରେ ବନ୍ଦୋବସ୍ତ

ଜଗତସିଂହପୁର, ୦୨/୦୬/୨୦୨୬ (ଓଡ଼ିଶା ସମାଚାର)-  ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ର ୨୫ ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ୧୨ ଟି ଦେଶୀ ମଦ ଦୋକାନ ର ଲଟେରୀ ମାଧ୍ୟମରେ ବନ୍ଦୋବସ୍ତ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଠିପି ବନ୍ଦ ବିଦେଶୀ ଦୋକାନ ପାଇଁ ୬୩୫ ଓ ଦେଶୀ ମଦ ଦୋକାନ ପାଇଁ ୧୬୮, ଏହିପରି ମୋଟ ୮୦୩ ଜଣ ଆବେଦନକାରୀ ଇ ଅବକାରୀ ପୋର୍ଟାଲ ମାଧ୍ୟମରେ ଅନଲାଇନ ରେ ଆବେଦନ କରିଥିଲେ। ଅବକାରୀ ବିଭାଗ କମିଶନର ଙ୍କ ପ୍ରସ୍ତାବିତ ନିୟମ ଅନୁଯାୟୀ,ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।

ଅବକାରୀ ଅଧିକ୍ଷୀକା ଶ୍ରୀମତୀ ଅନିତା ପ୍ରଧାନ କାର୍ଯ୍ୟକ୍ରମ କୁ ଅୟୋଜନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ଅବକାରୀ ବିଭାଗ ରୁ ଉପଲବ୍ଧ ଟୋକନ ଓ କଳାପଟି ଥିବା ସିଲ ପ୍ୟାକେଟ କୁ ସର୍ବ ସମ୍ମୁଖ ରେ ଖୋଲିଥିଲେ। ଜିଲ୍ଲାପାଳ ଙ୍କ ଦ୍ଵାରା ଅଥରାଇଜଡ  ଅଧିକାରୀ ଭାବେ ପ୍ରଥାମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଓ ପରେ ଡେପୁଟୀ କଲେକ୍ଟର ରାଜୀବ ଲୋଚନ ଦୀକ୍ଷିତ ଆଖି ରେ କଳା ପଟି ବାନ୍ଧି ଲଟେରୀ ଉଠାଇଥିଲେ। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ଭୁଲ ଭାବେ ସମ୍ପାଦିତ ହୋଇଥିଲା। ଆବେଦନକାରୀ କିମ୍ବା ସେମାନଙ୍କ ଅଥରାଇଜଡ ଏଜେଣ୍ଟ ମାନେ ଟୋକନ ପକାଇଥିଲେ।

ଅବକାରୀ ବିଭାଗ କମିଶନର ଙ୍କ ନିୟମ ଅନୁଯାୟୀ ଅନୁପସ୍ଥିତ ଥିବା ଆବେଦନକାରୀ ମାନଙ୍କ ନିମନ୍ତେ ସରକାରୀ ଅଧିକାରୀ ଭାବେ ଡେପୁଟି କଲେକ୍ଟର ଶ୍ରୀ ଭରତ ଚନ୍ଦ୍ର ପରିଡ଼ା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଟୋକନ ପକାଇଥିଲେ। ଲଟେରୀ ମାଧ୍ୟମରେ ଵିଜୟୀ ମାନଙ୍କ ନାମ ଘୋଷଣା କରାଯିବା ସହ ଇ ଅବକାରୀ ପୋର୍ଟାଲ ରେ ଅପଲୋଡ଼ କରଯାଇଥିଲା। ଉପସ୍ଥିତ ଵିଜୟୀ ଆବେଦନକାରୀ ଙ୍କୁ ଜିଲ୍ଲାପାଳ ପ୍ରୋଭିଯଜିନାଲ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଅବକାରୀ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ , ବରିଷ୍ଠସହାୟକ ଘନଶ୍ୟାମ ସାହୁ,ବିଭାଗ ର କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସୁଜିତ୍ କୁମାର ବିଶ୍ୱାଳ, ଜିଲ୍ଲା ଇ ଶାସନ ପରିଚାଳକ ଅରବିନ୍ଦ ଆଚାର୍ଯ୍ୟ ଓ ଦେବାଶିଷ ନାୟକ ଉପସ୍ଥିତ ରହି ଇ ଅବକାରୀ ପୋର୍ଟାଲ ରେ ଅପଲୋଡ଼ କରିଥିଲେ।

Leave a Reply

Your email address will not be published. Required fields are marked *