କୁ୍ୟଆର କୋଡରେ ମତାମତ ଦେବେ ଶ୍ରଦ୍ଧାଳୁ
କେନ୍ଦ୍ରାପଡ଼ା, ୨୨/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ପୂଜା ଏବଂ ଭସାଣି ପରିଚାଳନା ନେଇ ବଡ଼ ନିଷ୍ପତି ନିଆଯାଇଛି । ଭସାଣି ଶୋଭାଯାତ୍ରାରେ ମେଢ ଆଗପଛକୁ ନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିବାଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଲଟେରୀ ବ୍ୟବସ୍ଥା କରାଯାଇଛି । ଏହି ନିର୍ଦ୍ଧାରିତ କ୍ରମ ଅନୁସାରେ ହିଁ ମେଢଗୁଡ଼ିକ ନିଜ ନିଜ ବିସର୍ଜନ ଘାଟ ଅଭିମୁଖେ ଯାତ୍ରା କରିବେ । ନୂଆ ବସଷ୍ଟାଣ୍ଡ ଅଭିମୁଖେ ଲଟେରୀ ନିଷ୍ପତି ମୁତାବକ ପୁରୁଣା ବସଷ୍ଟାଣ୍ଡରୁ ନୂଆ ବସଷ୍ଟାଣ୍ଡ ଅଭିମୁଖେ ମୋଟ ୨୩ଟି ମେଢ ଯିବ ।
ପ୍ରଥମେ ନୂଆ ବସଷ୍ଟାଣ୍ଡ ସ୍ଥିତ ମା’ ଥାନପତି କ୍ଲବ ମେଢ ବିସର୍ଜନ ଘାଟରେ ପହଂଚିବ । ଏହା ପଛକୁ କ୍ରମାନ୍ୱୟରେ ମା’ କାକଟ ମଙ୍ଗଳା କ୍ଲବ, ମୀରପାଟଣା ଦ୍ରୌପଦୀ ବସ୍ତ୍ରହରଣ, ମହିପାଳ ପୂଜା କମିଟି, ଗୁଲନଗର ଗଜଲକ୍ଷ୍ମୀ ପୂଜା କମିଟି, ମଢିଆଳ ବଜାର ଗଙ୍ଗା ଭାଗିରଥୀ, ବଳଗଣ୍ଡି, ବଣିଆମାଳ, ପୁରୁଣା ବସଷ୍ଟାଣ୍ଡ ମାଛ ମାର୍କେଟ କାଂଚି ଅଭିଯାନ, ଚାଟରାପାଟଣା ଅନ୍ନପୂର୍ଣ୍ଣା କ୍ଲବ, ପୌରସଂସ୍ଥା ଗଜଲକ୍ଷ୍ମୀ ପୂଜା କମିଟି, ବଡ଼ହାଟ ସୂର୍ଯ୍ୟସାଗରିକା, ବଡ଼ହାଟ ଗଜଉଦ୍ଧାରଣ, ଖଡ଼ିଅଙ୍ଗ, ଲକ୍ ରୋଡ୍ ନବଗୁଞ୍ଜର, କଜଳା, ଗରାପୁର, ବଡ଼ହାଟ ମହାବୀର, କାକଟ ଶିବସେନା କ୍ଲବ, ଗଣାମାହାଲ ବିମ୍ବଳାଇ, ଲ’ କଲେଜ ନିକଟ ସଦଭାବନା କ୍ଲବ, କାକଟ ଜୟଗୁରୁ କ୍ଲବ, ମାଧପୁର ଶିବଶକ୍ତି କ୍ଲବ, ମା’ ବୁଢ଼ୀ ବାସୁଳାଇ ଏବଂ ଶେଷରେ ବଣିଆସାହି ଗଣପତି କ୍ଲବ ସାମିଲ ହେବେ । ସେହିପରି ପୁରୁଣା ବସଷ୍ଟାଣ୍ଡରୁ କେଶପୁର ଆଡ଼କୁ ୨୧ଟି ମେଢ ଶୋଭାଯାତ୍ରାରେ ବାହାରିବେ ।
ପ୍ରଥମେ ସାନ୍ତସାହି ବ୍ୟାସ ସରୋବର ପୂଜା କମିଟି ମେଢ ବାହାରିବା ପରେ ସାନ ମଙ୍ଗଳା ରାଧାକୃଷ୍ଣ, ଜଇପୁରା ଲକ୍ଷ୍ମୀନାରାୟଣ, ଭଗେଶ୍ୱରପୁର ଲକ୍ଷ୍ମୀନାରାୟଣପୁର, ଏକଣାଖଣ୍ଡି ଶ୍ରୀୟା ଚଣ୍ଡାଳୁଣି, ବଡ଼ମଙ୍ଗଳା ବାଣୀମଙ୍ଗଳା, ନସଡିପୁର ଗଜଲକ୍ଷ୍ମୀ, ଟାଉନ ବଳରାମପୁର ଶନିଲକ୍ଷ୍ମୀ, ଟାଉନ ବଳରାମପୁର ନେତାଜୀ ୟୁଥ୍ କ୍ଲବ, ସୁନ୍ଦରାପାଳ କାଂଚି ଅଭିଯାନ, କନିଆଯୋର ବୀରହନୁମାନ, ସାନ୍ତସାହି ରାମସୀତା, ଟାଉନ ବଳରାମପୁର ନନ୍ଦିଘୋଷ, କେଶପୁର ବଜାର, ସୁନାଇଲୋ, ତଳବାରଙ୍ଗ ଗୋପୀନାଥ, ମନକରପୁର କନ୍ଦରାସୁର, ଟାଉନ ବଳରାମପୁର ହରପାର୍ବତୀ, ଅଯୋଧ୍ୟାନଗର ରୋହିଣୀଗାଈ, ଗୋପ ଗଜଲକ୍ଷ୍ମୀ, ନସଡିପୁର ଅଭୟା କ୍ଲବ ଏବଂ ମନକରପୁର ମାଳେଶ୍ୱର ପୂଜା କମିଟିର ମେଢ ସାନ୍ତସାହି କେନାଲର ସ୍ୱତନ୍ତ୍ର ବିସର୍ଜନ ଘାଟକୁ ଯିବ । କ୍ୟୁଆର କୋଡ୍ ରେ ଶ୍ରଦ୍ଧାଳୁଙ୍କ ମତାମତ ଓ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ପୂଜାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ ପୂଜା ମଣ୍ଡପରେ କ୍ୟୁଆର କୋଡ୍ ସ୍କାନର ରହିବ । ଶ୍ରଦ୍ଧାଳୁମାନେ ମୋବାଇଲ୍ ଜରିଆରେ କୋଡ୍ ସ୍କାନ କରି କେଉଁ ମେଢ ଓ ସାଜସଜ୍ଜା ସବୁଠାରୁ ଭଲ ହୋଇଛି ସେ ନେଇ ନିଜର ମତାମତ ଦେଇପାରିବେ ।
ଏହି ଜନମତ ଆଧାରରେ ଶ୍ରେଷ୍ଠ ମେଢଗୁଡ଼ିକୁ ଜିଲା ସ୍ତରୀୟ ମହୋତ୍ସବରେ ପୁରସ୍କୃତ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି । ମାଇକ୍ ବାଜିବା ଉପରେ କଟକଣା ସମ୍ପର୍କରେ ରାତି ୧୨ଟା ପର୍ଯ୍ୟନ୍ତ ମାଇକ୍ ବଜାଇବାକୁ ଅନୁମତି ମିଳିବା ପ୍ରସଙ୍ଗରେ ଜିଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଅନୁମତି ଆସିନାହିଁ । ବିଧାୟକ ଗୃହ ବିଭାଗକୁ ପତ୍ର ଲେଖିଥିଲେ ଏବଂ ଗୃହ ବିଭାଗର ନିର୍ଦେଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ରିପୋର୍ଟ ମଧ୍ୟ ପଠାଯାଇଛି । ମାତ୍ର ବିଭାଗ ପକ୍ଷରୁ କୌଣସି ନିଷ୍ପତିି ମିଳିନାହିଁ । ଏହି ସମନ୍ୱୟ ବୈଠକରେ ଜିଲାପାଳ ରଘୁରାମ ଆର. ଆୟର, ଏସପି ସିଦ୍ଧାର୍ଥ କଟ୍ଟାରିଆ, ବିଧାୟକ ଗଣେଶ୍ୱର ବେହେରା, ନଗରପାଳ ସରିତା ସାହୁ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ପୂଜାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରିଛି ।
