ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ହୃଦଘାତରେ ପରଲୋକ :  ବିଭିନ୍ନ ମହଲରେ ଶୋକ

ସାଲେପୁର,୨୨/୧୦/୨0୨୬(ଓଡିଶା ସମାଚାର/ ଅଭୟ ଜେନା)-ସାଲେପୁର ଅଞ୍ଚଳର ସୁନାମଧନ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ଦେବୀଙ୍କ ର ୭୬ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇ ଯାଇଛି।ସେ  ଦୁର୍ଗା ପୂଜା ସମୟରେ ମା ଦୁର୍ଗା ଙ୍କ ଦର୍ଶନ କରୁଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।ତାଙ୍କ ଭାଇ ବିଜୟ କୁମାର ଦାଶ ଏବଂ ପୁତୁରା ଦେବାଶିଷ ଦାଶ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ କଟକ ମେଡ଼ିକାଲ ପଠାଇ ଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କର ମର ଶରୀରକୁ ପୁରୀ ସ୍ୱର୍ଗଦ୍ବାର ଠାରେ ଶେଷକୃତ୍ୟସମ୍ପନ୍ନ ହୋଇଥିବା ବେଳେ ଭାଇ ବିଜୟ କୁମାର ଦାଶ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି,ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ଦାଶ, ଅବସର ପ୍ରାପ୍ତ ପ୍ରଶାସକ ଗଦାଧର ପଣ୍ଡା, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତପନ କୁମାର ଭୂୟାଁ, କଂଗ୍ରେସ ନେତା ହରିବନ୍ଧୁ ଶତପଥି, କଟକ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ଶୁବାଶିଷ ଦାଶ, ସନ୍ତୋଷ କୁମାର ଦାଶ, କବି ମାନସ ରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା ଙ୍କ ସମେତ ବହୁ ବ୍ୟକ୍ତିଶୋକ ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published. Required fields are marked *