ପୁରୀ, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)-ପୁରୀ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ହାଟଦଣ୍ଡା ଗାଁ ର ବିଷ୍ଣୁପ୍ରସାଦ ଜେନା ଆଲିଆସ୍ ଚନ୍ଦନ କୁ ପୋଲିସ ଏନକାଉଂଟର କରିଛି । ତା ନାମରେ ପୂର୍ବରୁ ବହୁ ଅପରାଧୀକ ମାମଲା ରହିଛି । ଶ୍ରୀ ସେତୁ ତଳେ ଲୋକମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରି ଲୁଟ ତରାଜ କରିବାକୁ ଯୋଜନା କରୁଥିଲା । ଖବର ପାଇ ବାସେଳିସାହି ଥାନା ଆଇଆଇସି ଅବିନାଶ ରାଉତ ଦଳବଳ ସହିତ ସେଠାରେ ଚଢ଼ାଉ କରିଥିଲେ । ଚନ୍ଦନ ପୁଲିସ କୁ ଦେଖି ଚକମା ଦେଇ ଓମକାରେଶ୍ୱର ମନ୍ଦିର ଆଡ଼କୁ ଖସି ପଳାଇବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲା । ପୁଲିସ ସେଠାରେ ପହଂଚିଯିବାଦେଖି ଚନ୍ଦନ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୁଲିସ ର ପାଲଟା ଗୁଳି ଚନ୍ଦନର ଡ଼ାହାଣ ଗୋଡ଼ରେ ବାଜିଥିଲା । ଫଳରେ ସେ ଆହତ ହୋଇ ସେଠାରୁ ଖସିପାରିନଥିଲା । ତୁରନ୍ତ ତାକୁ କାବୁ କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ପୁରୀ ରେ ଏନକାଉଂଟର – ଚନ୍ଦନ ଆହତ
