ଜିଲ୍ଲା ପରିବେଶ ସମିତି ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

ଯାଜପୁର,୨୨/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି (ତା୨୨.୦୩.୨୦୨୫ ରିଖରେ)ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆରେଇକଣା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବିଶ୍ୱ ଜଳ ଦିବସ ପାଳନ ଓ ଏକ ଆଲୋଚନା ଚକ୍ର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଯାଜପୁର ଜିଲ୍ଲାର ଉଦ୍ୟାନ ବିଭାଗର ଅଧିନିରୀକ୍ଷକ ଶ୍ରୀଯୁକ୍ତ ହରମୋହନ ମହାପାତ୍ର  ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରି,ପରିବେଶ ସଫା ସୁତୁରା ରଖିବା, ଅଧିକ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା, ଜଳ ସଂରକ୍ଷଣ ଓ ପ୍ରଦୂଷଣ ମୁକ୍ତ ରଖିବା ଦ୍ୱାରା  ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ରହିପାରିବ ବୋଲି ବକ୍ତବ୍ୟ ରଖିଥିଲେ  ।

ସମ୍ମାନୀୟ ଅତିଥି ବିଷ୍ଣୁ ଚରଣ ସାହୁ, ସଞ୍ଜୟ କୁମାର ରାଉତ, ବିଦ୍ୟାଳୟର ଏସ. ଏମ. ସି ସଭାପତି ଦୁଷ୍ମନ୍ତ କୁମାର ରାୟ ପ୍ରଦୂଷଣ  ନିୟନ୍ତ୍ରଣ କରି କିପରି ମେରୁ ଅଞ୍ଚଳର ବରଫ ପାହାଡ଼ ସଂରକ୍ଷଣ କରିଵା ସହିତ ବିଶ୍ୱ ତାପ ମାନ ନିୟନ୍ତ୍ରଣ, ସମୁଦ୍ରର ଜଳପତନ ବୃଦ୍ଧି ନିୟନ୍ତ୍ରଣ ଓ ଜୀବଜଗତର ସୁରକ୍ଷା କରାଯାଇ ପାରିବ ତାହା ବର୍ଣ୍ଣନା କରିଥିଲେ । ବିଜ୍ଞାନ ଶିକ୍ଷକ ଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଡଃ ଶରତ କୁମାର ସାହୁ ବିଶ୍ୱ ଜଳ ଦିବସ ପାଳନର ଉଦେଶ୍ୟ,ଆବଶ୍ୟକତା,ଉପାଦେୟତା ସମ୍ବନ୍ଧରେ ଓ ଆଲୋଚନା ଚକ୍ରର ବିଷୟ ବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।

ଜଳ ସମ୍ପଦର ସଂରକ୍ଷଣ ଓ ଏହାକୁ ପ୍ରଦୂଷଣ ମୁକ୍ତ ରଖିବା  ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ଲକର ବିଭିନ୍ନ ଇକୋ କ୍ଲଵ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  ଓ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଉଚ୍ଚ ବିଦ୍ୟାଳର ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ । ଦେବ ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଜଳ ଦିବସ ପାଳନ ଓ ଆଲୋଚନା ଚକ୍ରରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *