ମଣିଜଙ୍ଗ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚଙ୍କ ଦୂର୍ଘଟଣାରେ ଶୋଚନୀୟ ମୃତ୍ୟୁ, ଶୋକର ଛାୟା

କଟକ ସଦର , ୦୩/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜନୈତିକ ଆକ୍ରୋଶର ଶିକାର ‌ହୋଇ ଭାରସାମ୍ୟ ହରାଇଥିବା ଜନୈକା ପୂର୍ବତନ ମହିଳା ସରପଞ୍ଚଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟଣା ସମଗ୍ର କଟକ ସଦର ଅଞ୍ଚଳକୁ ସ୍ତମ୍ଭିଭୂତ କରିଛି। ପ୍ରକାଶ ଯେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମଣିଜଙ୍ଗ ପଞ୍ଚାୟତର ପୂର୍ବତନ ସରପଂଚ ରଞ୍ଜିତା ନାୟକ ଗତକାଲି ଶୁକ୍ରବାର ରାତିରେ ସ୍ୱ।ମୀ ସର୍ବେଶ୍ଵର ନାୟକଙ୍କ ମଟର ସାଇକେଲ ପଛରେ ଵସି କଟକରୁ ଘରକୁ ଫେରିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ର ସିଆରଆରଆଇ ଥାନା ଗତିରାଉତପାଟଣା ନିକଟରେ ଦୂର୍ଘଟଣାର ଶୀକାର ହୋଇଥିଲେ। ସ୍ୱାମୀଙ୍କ ମଟର ସାଇକେଲ ଏକ କାର୍ ପଛରେ ଧକ୍କା ହେଵା ଫଳରେ ରଞ୍ଜିତା ରାସ୍ତାରେ ଛିଟିକି ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ମିନି ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା। ତୁରନ୍ତ ଗୁରୁତର ରଞ୍ଜିତା ଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିବା ଵେଳେ ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରାଜନୈତିକ ଆକ୍ରୋଶର ଶିକାର ‌ହୋଇ ଅଟକି ଥିବା ପଞ୍ଚାୟତରେ କରାଇଥିବା ପ୍ରାୟ ୭୦ ଲକ୍ଷ ଟଙ୍କାର ଵିଲ୍ ପାଇଁ ଅହରହ ସଂଗ୍ରାମ ଜାରୀ ରଖିଥିବା ରଞ୍ଜିତା ଶେଷରେ ଦୂର୍ଘଟଣାରେ ପ୍ରାଣବଳି ଦେଵା ସଵୁ ମହଲରେ ସମସ୍ତଙ୍କୁ ମ୍ରିୟମାଣ କରିଛି। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଵେଳେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ, ନିଖିଳ ଉତ୍କଳ ପାଟରା ସମିତି ପାଟଵୈଶ୍ୟ ମହାସଭାର ପୂର୍ବତନ ବରିଷ୍ଠ ଉପସଭାପତି ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଶନିବାର ଦିନ ପୋଷ୍ଟମର୍ଟମ ପରେ ରଞ୍ଜିତାଙ୍କ ମରଶରୀରକୁ ନିଜ ଗ୍ରାମ ମଣିଜଙ୍ଗ ପାଟରା ସାହିକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିଵ ଵୋଲି ପରିଵାର ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *