ବିଜେଡିରୁ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ନିଲମ୍ବିତ

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେଲେ ଦୁଇ ବିଧାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି।
ଦଳ ବିରୋଧୀ କାର୍ୟ୍ୟ ପାଇଁ ଦୁଇ ବିଧାୟକଙ୍କୁ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଛନ୍ତି।ଏହି ନିଲମ୍ବନ ସମ୍ପର୍କରେ ନିଲମ୍ବିତ ଦୁଇ ବିଧାୟକ ଓ ଓଡ଼ିଶା ବିଧାନସଭାର ବାଚସ୍ପତି ଙ୍କୁ ସୂଚନା ଦିଆଯବା ସହ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଦସ୍ତଖତରେ ଜଣାଇ ଦିଆଯାଇଛି । ତେବେ ନିଲମ୍ବିତ ଦୁଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *