ଭୁବନ ୩୦/୦୫/୨୦୨୬ (ଓଡ଼ିଶା ସମାଚାର)-ଆଜି ଶନିବାର ସନ୍ଧ୍ୟାରେ ଭୁବନ କଲେଜ ରୋଡ ରେ ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଲତାବିଲ ୧ ନମ୍ବର ୱାର୍ଡ ର ସ୍ବର୍ଗତ ଧନେଶ୍ୱର ପୋଥାଳ ଙ୍କ ପୁଅ କ୍ଷମାନିଧି ପୋଥାଳ ( ୧୯) ଓ ଦୁଇ ନମ୍ବର ୱାର୍ଡ ଭୁବନ କଲେଜ ରୋଡ ର ଚିତ୍ତ ରଞ୍ଜନ ପୃଷ୍ଟି ଙ୍କ ପୁଅ ଚିନୁ ପୃଷ୍ଟି (୧୮) ଉଭୟ ଦୁଇ ସାଙ୍ଗ । ତେବେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗତକାଲି ଶୁକ୍ରବାର ରାତି ସାଢ଼େ ୯ ଘଟିକା ସମୟରେ ବଚସା ହୋଇଥିଲା ।
ଆଜି ଶନିବାର ସନ୍ଧ୍ୟାରେ ଚିନୁ ପୃଷ୍ଟିଙ୍କ ସମ୍ପର୍କୀୟ ଅଜୁ ପୃଷ୍ଟି ( ପିତା -ଉଦୟ ପୃଷ୍ଟି) କ୍ଷମାନିଧି ପୋଥାଳ ଙ୍କୁ ଫୋନ କରି ଘଟଣାର ସମାଧାନ କରିବା ପାଇଁ ତାଙ୍କ ଘରକୁ ଡାକିଥିଲେ । କ୍ଷମାନିଧି ସେଠାରେ ପହଞ୍ଚିବା ମାତ୍ରେ ଚିନୁ ଏବଂ ଅଜୁ ଉଭୟେ କ୍ଷମାନିଧି ଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏହି ସମୟରେ ଚିନୁ ତାଙ୍କ ଘରୁ ଏକ ଛୁରୀ ଆଣି କ୍ଷମାନିଧି ଙ୍କ ବେକ, କାନ୍ଧ କୁ ଭୁଷି ଦେଇଥିଲେ । ପେଟକୁ ଛୁରୀ ମାରିବା ସମୟରେ କ୍ଷମାନିଧି କୌଶଳ କ୍ରମେ ସେଠାରୁ ପଳାଇ ଆସି ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ । ଏ ସମ୍ପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଛି। ଆହତ ବ୍ୟକ୍ତିଙ୍କୁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
