କଟକ ସଦର, ୨୧/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ଆଜି ଗୁରୁବାର ସକାଳେ ଜଣେ ମହିଳାଙ୍କ ଅଧାପୋତା ଅବସ୍ଥାରେ ଥିବା ମୃତଦେହ ଠାବ ହୋଇଥିବା ଜଣାପଡିଛି। ସକାଳେ ଲୋକମାନେ ଏହା ଦେଖି ଖଵର ଦେଵା ପରେ ସାଇଣ୍ଟିଫିକ ଟିମ୍, ସନ୍ଧାନୀ କୁକୁର ସହ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଛାନଭିନ ଆରମ୍ଭ କରିଛି।ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଗତକାଲି ରାତିରେ କେହି ଦୁର୍ବୃତ୍ତ ହତ୍ୟା ପରେ ଏଠାରେ ତରବରିଆ ଭାବେ ଅଧାପୋତି ପଳାଇ ଯାଇଥିବା ସନ୍ଦେହ କରାଯାଉଛି।

