ଯୁବକଙ୍କୁ ଖଣ୍ଡା ରେ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୨୪/୦୫/୨୦୨୬ (ଓଡ଼ିଶା ସମାଚାର)- ବ୍ରହ୍ମପୁର ବଡ଼ ବଜାର ଅମ୍ବିକା ନଗରରେ ଜଣେ ଯୁବକଙ୍କୁ ଖଣ୍ଡାରେ ମରାଣାନ୍ତକ ଆକ୍ରମଣ ହୋଇଛି । ଖଣ୍ଡା ଚୋଟରେ ବଡ଼ବଜାର ଅଂଚଳର ମଙ୍ଗଳା ବେହେରା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଖଣ୍ଡାଚୋଟ କ୍ଷତ ହୋଇଛି । କୌଣସି କାମରେ ସେ ଅମ୍ବିକା ନଗର ଯାଇଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଖଣ୍ଡା ଚୋଟ ପରେ ଚୋଟ ମାରିଥିଲେ । ସେ ଚିତ୍କାର କରୁଥିଲେ ମଧ୍ୟ ସେହି ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ଭୟରେ ଅଟକାଇ ପାରିନଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଏମକେସିଜି ମେଡ଼ିକାଲ ହସପିଟାଲ ରେ ଭର୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁର ରେ ଏନକାଉଂଟର ପରେ ମଧ୍ୟ ଅପରାଧୀମାନଙ୍କର ଅପରାଧ ଘଟାଇବାକୁ ଭୟ ନଥିବା ଜଣାପଡ଼ୁଛି ।

Leave a Reply

Your email address will not be published. Required fields are marked *