BREAKING NEWS  — ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟଶ୍ରୀ

ଭୁବନେଶ୍ୱର,୧୪/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର  ଅଧ୍ୟୟନରତ ଛାତ୍ରୀ ସୌମ୍ୟଶ୍ରୀ ବିଶୀ । AIIMS ର ଡ଼ାକ୍ତର ମାନଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ୱେ  ଆଜି ୧୪ ତାରିଖ ସୋମବାର ରାତି ୧୧.୪୬ ମିନିଟ୍ ରେ ତାଙ୍କୁ ବିଧିବଦ୍ଧ  ଭାବେ ମୃତ ଘୋଷଣା କରାଯାଇଛି । AIIMS ମେଡିକାଲ ବୁଲେଟିନ୍ ଅନୁଯାୟୀ ସୌମ୍ୟଶ୍ରୀ ଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ ହୋଇ  ଜ୍ୟୋତି ରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ AIIMS ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ବର୍ଣ୍ଣ ସେଂଟର ଆଇସିୟୁ ରେ ଭେଂଟିଲେଟର ସପୋର୍ଟ ରେ ରଖି ଚିକିତ୍ସା କରାଯାଉଥିଲା ।

ଆଜି AIIMS  ର ସମାବର୍ତ୍ତନ ଉତ୍ସବ ଶେଷ ହେବା ପରେ ଏମ୍ସ ବର୍ଣ୍ଣ ୱାର୍ଡରେ  ପୀଡିତାଙ୍କୁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ରାଷ୍ଟ୍ରପତି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଥିଲେ। ରାଷ୍ଟ୍ରପତି ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରି ଭାବପ୍ରବଣ ହୋଇ ଯାଇଥିଲେ। ରାଷ୍ଟ୍ରପତି କହିଥିଲେ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ସେ ସୁସ୍ଥ ହୋଇ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *